
ଅନୁଗୋଳ – ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ୮୦ ଜଣ ପ୍ରଶିକ୍ଷକ ଙ୍କୁ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ଅଗଷ୍ଟ ୧୦ ତାରିଖରୁ ଅନୁଗୋଳରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟ କ୍ରମ ର ଅଣୁଯୋଜନା,ଗୋଷ୍ଠୀ ସଚେତନତା,ଏବଂ ପ୍ରଚଳନ ହୋଇଥିବା ନୂତନ ଔଷଧ ଆଇଭରମେକଟିନ ସେବନ ପ୍ରଣାଳୀ ଉପରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିନିଧି ଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ତାଲିମ କାର୍ଯ୍ୟକ୍ରମ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶଦାତା ଡା. ବିଶ୍ୱପ୍ରକାଶ ଦତ୍ତ, ପିସିଆଇ ରାଜ୍ୟ ପରିଚାଳକ ଡା. ଅଜିତ ବସନ୍ତରାୟ,ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା.ଦିଲ୍ଲୀପ ପଟ୍ଟନାୟକ ,ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା.ପୂର୍ଣ୍ଣିମା ଉଦଗାତା, ଏହି ରୋଗର ପ୍ରମୁଖ କାରଣ ଓ ନିରାକରଣ, ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି କରିବା ପାଇଁ ନେବାକୁ ଥିବା ପଦକ୍ଷେପ ଓ ଗୋଷ୍ଠୀ ସହଭାଗୀତା ସାମିଲ ର କୌଶଳ ଉପରେ ଅବଗତ କରିବା ସହ ଗୋଷ୍ଠୀ ସ୍ତରୀୟ ପ୍ରାକ୍ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡା. ବିନୋଦକୁମାର ସାହୁ, ଡା.ମାନସ ରଞ୍ଜନ ବିଶ୍ୱାଳ,ଡା. ବିଶ୍ୱ ବିଚିତ୍ରା ଜେନା,ଡା.ଶୁଭ୍ରା ଜେନାଡିପିଏମ ଦୀପକ ମହାନ୍ତି,ଜିଲ୍ଲା ପରାମର୍ଶ ଦାତା ନିରୂପମା ଦାସ ଙ୍କ ସମେତ ନାଲକୋ,ଜିନ୍ଦଲ ର ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


