ଆଞ୍ଚଳିକ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା Angul OnlineJune 10, 2021June 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସପିଏଲ୍ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ମୃତ ଶ୍ରମିକ ଜଣକ ହେଲେ ନିଶା ଶିଳ୍ପାଞ୍ଚଳ ଥାନା ମାଳିବ୍ରାହ୍ମଣୀ ଗାଁର ଗୋଲେଖ ପ୍ରଧାନ । ସୂଚନା ଅନୁସାରେ ଗୋଲେଖ ପ୍ରଧାନ ଜେଏସପିଏଲ କମ୍ପାନିର ଏକ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିଲେ । ଆଜି ସେ କାର୍ଯ୍ୟ କରୁଥିବା ଅବସ୍ଥାରେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହା ଦେଖି ଉକ୍ତ ଠିକା ସଂସ୍ଥାର କର୍ମଚାରୀ ମାନେ ଏକ ଗାଡିରେ ନେଇ ଜେଏସପିଏଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ ହୋଇଥିଲା । ଫଳରେ କମ୍ପାନୀ ପକ୍ଷରୁ ମୃତକଙ୍କୁ ଏକ ଆମ୍ବୁଲାନସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ଖବର ପାଇ ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟ ମାନେ ମୁଖ୍ୟ ଫାଟକ ନିକଟରେ ଅମ୍ବୁଲାନସକୁ ଅଟକାଇବା ସହିତ କ୍ଷତିପୂରଣ ଦାବି କରିବା ସହିତ ଧାରଣାରେ ବସିଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ । ଦୀର୍ଘ ୬ଘଣ୍ଟା ସମ୍ପର୍କିୟ ମାନେ ଧାରଣାରେ ବସିବା ପରେ କମ୍ପାନୀ ଓ ଠିକାସସ୍ଥା ପକ୍ଷରୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ପରିବାର ଲୋକ ମାନେ ଶବ ସତ୍କାର ପାଇଁ ନେଇ ଯାଇ ଥିଲେ । ଏ ନେଇ ପରିବାର ପକ୍ଷରୁ ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରିଣୀ ପ୍ରିତିମଞ୍ଜରୀ ମେଣ୍ଡୁଲି ପ୍ରକାଶ କରିଛନ୍ତି । Advertisement
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…
କାର ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥରେ କୁମୁରସିଙ୍ଗ ନିକଟରେ ବୁଧବାର ଅପରାହ୍ନରେ ଏକ କାର…
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…