ମନୋରଞ୍ଜନ ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ Angul OnlineDecember 18, 2022December 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସର ରେ ଆଜି ଜିଲାର ସମସ୍ତ ଉପଖଣ୍ଡରେ ରାହଗିରି ବା ପଥଉତ୍ସଵ ଆୟୋଜିତ ହୋଇଥିଲା ।ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ବିଇଡି କଲେଜ ପର୍ଯ୍ୟନ୍ତ ରାସ୍ତା ରେ ଦେଖିବାକୁ ମିଳିଥଲା ବିଭିନ୍ନ କଳା ପ୍ରତିଭା ।ସେହିପରି ଜିଲାର ତାଳଚେର ,ପାଲଲହଡା ଓ ଆଠମଲ୍ଲିକ ଉପ ଖଣ୍ଡରେ ମଧ୍ୟ ଉତ୍ସବକୁ ବେଶ ଉତ୍ସାହ ସହକାରେ ପାଳନ କରାଯାଇଥିଲା । ଯୋଗ ଠାରୁ ଆରମ୍ବ କରି ଡ୍ୟାନ୍ସ , ଜୁମ୍ବା ଡ୍ୟାନ୍ସ , କରାଟେ ଭଳି ବିଭିନ୍ନ କଳା ପ୍ରତିଭା ଦେଖିବାକୁ ମିଳିଥିଲା । ପଥଉତ୍ସବରେ ପୁରା ତିନି ଘଣ୍ଟା କାଳ ରାସ୍ତାକୁ ନିଜ କବ୍ଜାକୁ ନେଇ ଥିଲେ ଅନୁଗୁଳ ସହର ବାସୀ । ଧୁଡୁକି ବାଦ୍ୟ ଠାରୁ ଆରମ୍ଭ କରି ମହିମା ଧର୍ମି ଖଞ୍ଜଣି ସଙ୍ଗୀତ ପରିବେଷଣ , କେନ୍ଦରା ବାଦ୍ୟ , ଗୀତ , ନାଚ ଆଦିରେ ଝୁମି ଉଠିଥିଲେ ସହର ବାସୀ । ଶୀତୁଆ ସକାଳରେ ଏହି ପଥଉତ୍ସବକୁ ମନ ଭର ଉପଭୋଗ କରିଥିଲେ ସମସ୍ତେ । ଛୁଆ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହାର ମଜା ନେଇଥିଲେ । Advertisement
ଏସିଆ ବୁକ ଅଫ ରେକର୍ଡରେ ବାଲୁକା ଶିଳ୍ପୀ ରୁବେଲାଲଙ୍କ ବାଲୁକା କଳା ଅନୁଗୁଳ – ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ ।…
ଜିଲ୍ଲା ମହୋତ୍ସବ ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଅନୁଗୁଳ – ୮ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଶିଖର ଛୁଇଁଛି । କାରୋନାର କରାଳ ଋପ ଯୋଗୁଁ ପ୍ରାୟ…
ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ…