ମନୋରଞ୍ଜନ ଅନୁଗୁଳରେ ରାହଗିରି – ରାସ୍ତାରେ ହେଲା ମନୋରଞ୍ଜନ Angul OnlineApril 1, 2022April 1, 2022 ଅନୁଗୁଳ – ପବିତ୍ର ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଏବଂ ସଚେତନତା ଭିତ୍ତିକ ପର୍ବ ରାହଗିରି ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜଗନ୍ନାଥ ମନ୍ଦିର ରାସ୍ତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖ ଦିନରେ ଢେଙ୍କାନାଳ ଜିଲ୍ଲାରୁ ବିଭକ୍ତ ହୋଇ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ହୋଇଥିଲା । ଠିକ ଆଜିର ଦିନରେ ଜିଲ୍ଲା ପ୍ରତିଷ୍ଠା ହୋଇଥିବାରୁ ଆଜି ଅନୁଗୁଳ ଉତ୍ସବମୁଖର ହୋଇ ପଡିଥିଲା । ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ଚାଲିଥିବା ରାହଗିରିରେ ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କରୋନା ଭଳି ମହାବିପତ୍ତି ସମୟ ପରେ ଓଡ଼ିଶାର ଏହା ପ୍ରଥମ ରାହଗିରି ହୋଇଥିବାରୁ ଅନୁଗୁଳ ସହର ବାସୀ ଏହାର ଆନନ୍ଦ ଉଠାଇବା ସହ ସୂଚନା ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମାରୋହରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ଜଗମୋହନ ମୀନାଙ୍କ ସମେତ ଜିଲ୍ଲାର ସମସ୍ତ ପଦସ୍ଥ ଅଫିସର ଯୋଗଦାନ କରିଥିଲେ । ଜଗନ୍ନଥା ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହଗିରିରେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଓଡ଼ିଶୀ , ପେଣ୍ଟିଂ, ଯୋଗ, କିକ ବକ୍ସିଂ, କରାଟେ ଏବଂ ଟାଇକଣ୍ଡୋ ଭଳି ମାର୍ଶାଲ ଆର୍ଟ, ସ୍କେଟିଂ,ମ୍ୟୁଜିକଲ ଜୀମ ଆଦି ପ୍ରଦର୍ଶିତ ହୋଇଥିଲା । ଛୁଟି ଦିନ ହୋଇଥିବାରୁ ବିଭିନ୍ନ ବର୍ଗର ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଅନେକ ଦିନର ସଂଗ୍ରାମ ପରେ ସାଧାରଣ ଜୀବନ ଟ୍ରାକ କୁ ଫେରିଛି । ଏବେ ବି ସଚେତନ ରହିବାର ଅଛି କିନ୍ତୁ ମନୋରଞ୍ଜନର ଅବଶ୍ୟକତା ମଧ୍ୟ ରହିଛି । ଆମେ ଜିଲ୍ଲାବାସୀ ଭାବେ ୨୯ ବର୍ଷ ପୂର୍ଣ୍ଣ କରିଛନ୍ତି । ଏହି ୨୯ ବର୍ଷରେ ଆମେ ଅନେକ କିଛି ସଫଳତା ପାଇଛନ୍ତି ବୋଲି ଏହି ଅବସରରେ ଅତିଥି ମାନେ କହିଥିଲେ । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ସମ୍ପୁର୍ଣ୍ଣା ପରିବାର ପକ୍ଷରୁ ବର୍ଣ୍ଣାଢ଼୍ୟ ଉତ୍ସବରେ ‘ରିଅଲ ହିରୋ ଆୱାର୍ଡ଼’ ତାଳଚେର – ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା…
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…