ମୁଖ୍ୟ ଖବର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineApril 1, 2022April 1, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନ ନିଖୋଜ ଥିଲେ । ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରି ସନ୍ଦେହ କରି ବାଡ଼ିରେ ଥିବା କୂଅରେ ଖୋଜିବା ବେଳେ ସେ କୂଅରେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଜ୍ଞାନେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୁହଁରେ ସାମାନ୍ୟ ଦାଗ ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତାଙ୍କର ପୂର୍ବରୁ ହାପର ରୋଗ ଥିଲା । ଛେଣ୍ଡିପଦା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ବାଗଡିଆରେ ଗୋଷ୍ଠୀ ସଂଘର୍ଷ, ୬ ଜଣଙ୍କୁ ଗିରଫ କଲା ପୁଲିସ ଛେଣ୍ଡିପଦା – ଅନଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ…
ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ନୂଆଁ ଗାଇଡ଼ଲାଇନ୍ ଅନୁଗୁଳ – ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । କୋଭିଡର ନୂଆଁ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର…