ମୁଖ୍ୟ ଖବର ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ଇଞ୍ଜିନ ସମେତ ପ୍ରାୟ ୧୦ ଟି ବଗି ନଷ୍ଟ ହେବା ସହ ରେଳ ଧାରଣାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଯାଉଥିବା ପ୍ରାୟ ୮ ଟି ଟ୍ରେନକୁ ବାତିଲ କରାଯିବା ସହ ଆଉ କିଛି ଟ୍ରେନର ଗତିପଥ ବଦଳା ଯାଇଥିଲା । ତେବେ ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ମରାମତି ପାଇଁ କାମ ଆରମ୍ଭ କରା ଯାଇଥିଲା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ରେଳ ଡବା ଓ ସେଥିରେ ବୋଝେଇ ହୋଇଥିବା ଗହମ ଗୁଡିକୁ ହଟାଇବା ପରେ ପୋଲ ମଝିରେ ଲଟକି ଥିବା ଇଞ୍ଜିଙ୍କୁ ହଟା ଯାଇଛି । ଏହା ପରେ ମାଟି ଧସି ଯାଇଥିବା ସ୍ଥାନକୁ ପଥର , ପାଉଁଶ ଗୁଣ୍ଡ ଆଦି ଦେଇ ପୂରଣ କରାଯିବା ପରେ ରେଳ ଧାରଣାକୁ ଯୁଦ୍ଧକାଳୀନ ଭିତିରେ ମରାମତି କରା ଯାଉଛି । ଏଥିପାଇଁ ଆଜି ରାତି ସୁଧା ମରାମତି କାମ ସଂପୂର୍ଣ୍ଣ ହେବା ସହ ରେଳ ଚଳାଚଳ ସ୍ଵଭାବିକ ହୋଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । Advertisement
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…
୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିବରଣୀରୁ ପ୍ରକାଶ ଯେ, ଅନୁଗୁଳ ସହର…