ମୁଖ୍ୟ ଖବର ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ଇଞ୍ଜିନ ସମେତ ପ୍ରାୟ ୧୦ ଟି ବଗି ନଷ୍ଟ ହେବା ସହ ରେଳ ଧାରଣାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଯାଉଥିବା ପ୍ରାୟ ୮ ଟି ଟ୍ରେନକୁ ବାତିଲ କରାଯିବା ସହ ଆଉ କିଛି ଟ୍ରେନର ଗତିପଥ ବଦଳା ଯାଇଥିଲା । ତେବେ ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ମରାମତି ପାଇଁ କାମ ଆରମ୍ଭ କରା ଯାଇଥିଲା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ରେଳ ଡବା ଓ ସେଥିରେ ବୋଝେଇ ହୋଇଥିବା ଗହମ ଗୁଡିକୁ ହଟାଇବା ପରେ ପୋଲ ମଝିରେ ଲଟକି ଥିବା ଇଞ୍ଜିଙ୍କୁ ହଟା ଯାଇଛି । ଏହା ପରେ ମାଟି ଧସି ଯାଇଥିବା ସ୍ଥାନକୁ ପଥର , ପାଉଁଶ ଗୁଣ୍ଡ ଆଦି ଦେଇ ପୂରଣ କରାଯିବା ପରେ ରେଳ ଧାରଣାକୁ ଯୁଦ୍ଧକାଳୀନ ଭିତିରେ ମରାମତି କରା ଯାଉଛି । ଏଥିପାଇଁ ଆଜି ରାତି ସୁଧା ମରାମତି କାମ ସଂପୂର୍ଣ୍ଣ ହେବା ସହ ରେଳ ଚଳାଚଳ ସ୍ଵଭାବିକ ହୋଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । Advertisement
ଦୁର୍ଘଟଣାରେ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କାଙ୍ଗୁଲା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗାଁର ଚାନ୍ଦ…
ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ ଅନୁଗୁଳ – ଜାତୀୟ ରାଜପଥ ୧୪୯ ରେ ଟ୍ରକ୍ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ…
ଜ୍ଵାଇଁ ଆକ୍ରମଣରେ ଶଶୁର ଆହତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏକ ଗେଷ୍ଟହାଉସ ଠାରେ ପୁଅ ଓ ଝିଅ ଘର ପକ୍ଷରୁ ଯୌତୁକ ଜିନିଷ ଫେରାଇବାକୁ ନେଇ ଆଲୋଚନା ଚାଲୁଥିବା…