ମୁଖ୍ୟ ଖବର ଗଛ କଟା ପାଇଁ କାନ୍ଦିଲେ ରେଞ୍ଜର – ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କଲେ ପରିବେଶପ୍ରେମୀ Angul OnlineDecember 22, 2024December 22, 2024 ଛେଣ୍ଡିପଦା – ସରକାର ମା ପାଇଁ ଗଛଟିଏ ନାରା ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ନିମନ୍ତେ ଗଛ କଟା ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଖଣି ପାଇଁ ଲକ୍ଷ ଲକ୍ଷ ଗଛ ଏବେ ବଳି ପଡିବେ । ତେବେ ଏହି ଗଛ କଟା ପାଇଁ କମ୍ପାନୀ ପକ୍ଷରୁ ପୂଜା ପାଠ ବେଳେ ବନାଞ୍ଚଳ ଅଧିକାରୀ ଭୋ ଭୋ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଗଛକଟାକୁ ନେଇ ଅଭିନବ ପ୍ରତିବାଦ ମଧ୍ୟ ଛେଣ୍ଡିପଦା ଅଞ୍ଚଳରେ ଦେଖା ଦେଇଛି । ସୂଚନା ଅନୁସାରେ ସିଙ୍ଗାରେଣୀ କୋଇଲା ଖଣି ପାଇଁ ୨୦ ତାରିଖ ଦିନ ଗଛ କାଟିବା ପୂର୍ବରୁ ସ୍ଥାନୀୟ ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପୂଜାପଥ କରା ଯାଇଥିଲା । ତେବେ ଗଛରେ ଟାଙ୍ଗିଆ ଚୋଟ ବାଜିବା ଦେଖି ସେଠାରେ ଉପସ୍ଥିତ ଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ର ସୂଚସ୍ମିତା ମହାପାତ୍ର ନିଜ କୋହ ସମ୍ଭାଳି ପାରି ନଥିଲେ । ଗଛ କାଟିବା ଦେଖି ହଠାତ ଭୋ ଭୋ ହୋଇ କାନ୍ଦି ଉଠିଥିଲେ । ନିଜ କର୍ତ୍ତବ୍ୟ ଯୋଗୁଁ ବାଧ୍ୟ ହୋଇ ଗଛ କଟା କୁ ବିରୋଧ କରି ପାରି ନଥିଲେ ମଧ୍ୟ ଗଛ ଓ ଜଙ୍ଗଲ ପ୍ରତି ତାଙ୍କ ଭଲ ପାଇବା ଯୋଗୁଁ ନିଜ କାନ୍ଦ ଅଟକାଇ ପାରି ନଥିଲେ । ତେବେ ଛେଣ୍ଡିପଦା ଅଞ୍ଚଳରେ ଏଭଳି ଗଛ କଟା ଆରମ୍ଭ ହୋଇ ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ । ପ୍ରତିବାଦରେ ଛେଣ୍ଡିପଦା ସଦର ମହକୁମାରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହିତ ଗଛ ପାଇଁ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା ପାଳନ କରାଯାଉଛି । ସୂଚନା ଯୋଗ୍ୟ ଯେ ବାୟୁ ପ୍ରଦୂଷଣରେ ଅନୁଗୁଳ ଜିଲ୍ଲା ୧ନଂରେ ରହିଥିବା ବେଳେ ଛେଣ୍ଡିପଦାରେ ଖୋଲା କୋଇଲା ଖଣି ପାଇଁ ବଳି ପଡୁଛି ହଜାର ହଜାର ଗଛ । ନୟନୀ କୋଲ ବ୍ଳକ ରେ ସିଙ୍ଗରନି କମ୍ପାନୀ ପକ୍ଷରୁ ଖଣି ଖାନନ ପାଇଁ ଆରମ୍ଭ ହୋଇଛି ଗଛ କଟା । ଏଵେ ସିଙ୍ଗରାଣୀ କମ୍ପାନୀକୁ ୬୪୩ ହେକ୍ଟର ଜଙ୍ଗଲ ଜମିକୁ ମଞ୍ଜୁରୀ ମିଳିଥିବା ବେଳେ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଗଛ କଟା ଆରମ୍ଭ ହୋଇଛି । ଅପରପକ୍ଷେ ଛେଣ୍ଡିପଦା ରୁଙ୍ଗଟା କମ୍ପାନୀ ପକ୍ଷରୁ କୋଇଲା ଖଣି ନିମନ୍ତେ ଜଙ୍ଗଲ କାଟିବା ପାଇଁ ମହେଶ୍ୱରୀ ଦେବୀଙ୍କ ନିକଟରେ ପୁଜା ପାଠ କରାଯାଇଛି ଫଳରେ ଆଗାମୀ ଦିନରେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଛେଣ୍ଡିପଦା ବ୍ଳକ ଦେଶରେ ଆଗରେ ରହିବ ଏଥିରେ ସନ୍ଦେହ ନାହିଁ । ବାୟୁ ପ୍ରଦୂଷଣରେ ଅନୁଗୋଳ ଏକ ନଂରେ ରହିଥିବା ହଠାତ ଏତେ ସଂଖ୍ୟକ ଗଛ କଟା ହେଲେ ପ୍ରଦୂଷଣ ମାତ୍ରା ବଢିବା ନେଇ ପରିବେଶ ବିତଙ୍କ ମନକୁ ଆନ୍ଦୋଳିତ କରିଛି । ଏହାର ପ୍ରତିବାଦରେ ପରିବେଶ ବିତ ମୋତିଲାଲ ଆର୍ଯ୍ୟ ଛେଣ୍ଡିପଦାରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହିତ ଗଛ ବଳିଦାନକୁ ନେଇ ହୋମ ଯଜ୍ଞ କରି ଶୁଦ୍ଧି କ୍ରିୟା କରିଛନ୍ତି । ଏପରିକି ଲଣ୍ଡା ହୋଇ ପ୍ରତିବାଦ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ସରକାର ମା ପାଇଁ ଗଛଟିଏ ଲଗାଇବା ପାଇଁ ନାରା ଦେଉଥିବା ବେଳେ ଗଛ କଟା ପାଇଁ ଅଞ୍ଚଳ ଦିନେ ନା ଦିନେ ଧ୍ବଂସ ପାଇଯିବ । ଏଦିଗରେ ସରକାର ପଦକ୍ଷେପ ନେବା ଜରୁରୀ । Advertisement
ଦୁଇ ଅପହରଣକାରୀ ଗିରଫ – ନାବାଳକ ଉଦ୍ଧାର ତାଳଚେର – ନାବାଳକକୁ ଅପହରଣ କରି ନେବା ବେଳେ ଅପହରଣକାରୀଙ୍କୁ କାବୁ କରି ନେଲା ତାଳଚେର ପୁଲିସ । ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର କରା ଯାଇଛି…
ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ ।…
ଅନୁଗୁଳରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚକୋଲେଟ ଦେବା ବାହାନାରେ ଜଣେ ପାଞ୍ଚ ବର୍ଷ ନାବାଳିକାକୁ…