ମୁଖ୍ୟ ଖବର ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ Angul OnlineJuly 1, 2022July 2, 2022 ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ ପାରି ନଥିଲା । ଏଥିପାଇଁ ଭାବ ବିନୋଦିଆ ଭକ୍ତର ଠାକୁର କାଲିଆକୁ ରଥ ଉପରେ ଦର୍ଶନ ପାଇଁ ଶୈଳଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭୋର ସମୟରେ ଦ୍ବାରା ଫିଟା , ମଙ୍ଗଳ ଆଳତି , ସୂର୍ଯ୍ୟପୂଜା , ସ୍ନାନ , ସକାଳ ଧୂପ , ସେନାପଟା ଲାଗି କରାଯାଇ ରଥରେ ଚାରମାଳ ଖଞ୍ଜା ଯାଇଥିଲା । ସକାଳ ସାଢେ ସାତଟା ସମୟରେ ଚାରି ଦିଅଁ ସୁଦର୍ଶନ , ବଳଭଦ୍ର ଶୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇଥିଲା । ସାଢ଼େ ବାରଟା ବେଳେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚି ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ଏସପି ଜଗମୋହନ ମୀନା ତାଙ୍କ ସହିତ ଉପସ୍ଥିତ ଥିଲେ । ଦିନ ପ୍ରାୟ ତିନିଟା ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା । ଶଙ୍ଖ , ଘଣ୍ଟ , କାହାଳୀ , ସଂକୀର୍ତ୍ତନ ଓ ଜୟା ଜଗନ୍ନାଥ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହେବା ସହ ଭକ୍ତମାନେ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ । ରାତି ପ୍ରାୟ ଆଠଟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । Advertisement
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ଜଳବନ୍ଦୀ ଅଞ୍ଚଳରେ ଜିଲ୍ଲାପାଳ – ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବୁଝିଛନ୍ତି । ସେ…
ବଜ୍ରପାତରେ ଵାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ସହ ପବନ ହୋଇ ବଡ ବଡ ଗଛ…