ମୁଖ୍ୟ ଖବର ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ Angul OnlineJuly 1, 2022July 2, 2022 ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ ପାରି ନଥିଲା । ଏଥିପାଇଁ ଭାବ ବିନୋଦିଆ ଭକ୍ତର ଠାକୁର କାଲିଆକୁ ରଥ ଉପରେ ଦର୍ଶନ ପାଇଁ ଶୈଳଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭୋର ସମୟରେ ଦ୍ବାରା ଫିଟା , ମଙ୍ଗଳ ଆଳତି , ସୂର୍ଯ୍ୟପୂଜା , ସ୍ନାନ , ସକାଳ ଧୂପ , ସେନାପଟା ଲାଗି କରାଯାଇ ରଥରେ ଚାରମାଳ ଖଞ୍ଜା ଯାଇଥିଲା । ସକାଳ ସାଢେ ସାତଟା ସମୟରେ ଚାରି ଦିଅଁ ସୁଦର୍ଶନ , ବଳଭଦ୍ର ଶୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇଥିଲା । ସାଢ଼େ ବାରଟା ବେଳେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚି ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ଏସପି ଜଗମୋହନ ମୀନା ତାଙ୍କ ସହିତ ଉପସ୍ଥିତ ଥିଲେ । ଦିନ ପ୍ରାୟ ତିନିଟା ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା । ଶଙ୍ଖ , ଘଣ୍ଟ , କାହାଳୀ , ସଂକୀର୍ତ୍ତନ ଓ ଜୟା ଜଗନ୍ନାଥ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହେବା ସହ ଭକ୍ତମାନେ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ । ରାତି ପ୍ରାୟ ଆଠଟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । Advertisement
ଦିଲ୍ଲୀରେ ଖ୍ୟାତାନାମା ସାମ୍ବାଦିକ ଥିବା ଅନୁଗୁଳର ଶ୍ୟାମାନୁଜଙ୍କ ପରଲୋକ ଅନୁଗୁଳ – ଦିଲ୍ଲୀରେ ଦୀର୍ଘବର୍ଷ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ସାମ୍ବାଦିକତା କରୁଥିବା ଅନୁଗୁଳ ଗାନ୍ଧୀମାର୍ଗ ଅମଲାପଡା ବାସିନ୍ଦା ଶ୍ୟାମାନୁଜା ଦାସଙ୍କ ଗତ କାଲି ପରଲୋକ…
ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ ଅନୁଗୁଳ – ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ମଦନ ମହନ ପାଟଣାସାହିର ଶମ୍ଭୁନାଥ ପ୍ରଧାନ (୬୨) ଆଜି ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…