ଅପରାଧ ୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା Angul OnlineJune 13, 2021June 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ ଅଞ୍ଚଳର ଦେବାଶିଷ ପ୍ରିୟଦର୍ଶୀ ବେହେରା ନାମକ ଜଣେ ବ୍ୟକ୍ତି ଟାଟା କମ୍ପାନୀରେ କାମ କରୁଥିବା ବେଳେ ଅନୁଗୁଳ ତୁରଙ୍ଗସ୍ଥିତ ଦୁର୍ଗାବିହାର ଅଞ୍ଚଳରେ ରୁହନ୍ତି । ଆଜି ତାଙ୍କ ମୋବାଇଲକୁ ଏକ ଅଜଣା ନାମବାରରୁ କଲ ଆସିଥିବା ବେଳେ ୧୦ ଟଙ୍କା ରିଚାର୍ଜ ନ କଲେ ସିମ ଟି ଅକାମି ହୋଇଯିବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ କହିଥିଲେ । ତାଙ୍କ କଥାକୁ ସହଜରେ ବିଶ୍ଵାସ କରିନେଇ ଦେବାଶିଷ କଣ କରିବାକୁ ପଡିବ ବୋଲି ପରାମର୍ଶ ମାଗିଥିଲେ । ଆଉ ସେହି ଅଜଣା ବ୍ୟକ୍ତିଙ୍କ ନିର୍ଦେଶ ଅନୁସାରେ ଦେବାଶିଷ ତାଙ୍କ ମୋବାଇଲରେ ଟିମ ଭିଉର କ୍ଵିକ ସପୋର୍ଟ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରିବା ସହ ନେଟ ବ୍ୟାକିଂ ଜରିଆରେ ୧୦ ଟଙ୍କା ରିଚାର୍ଜ କରିଥିଲେ । ଆଉ ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨୫ ହଜାର ଟଙ୍କା ଓ ପରେ ୨୫୦୦ ଟଙ୍କା କଟି ଯାଇଥିଲା । ଏହା ଦେଖି ଦେବାଶିଷ ସେହି ଅଜଣା ନମ୍ବରକୁ ପୁଣି ଫୋନ କରି ଏଭଳି ଟଙ୍କା କଟି ଯାଇଥିବା କହିଥିଲେ । ଅଜଣା ବ୍ୟକ୍ତି ଜଣଙ୍କ ବ୍ୟସ୍ତ ନ ହେବା ପାଇଁ କହିବା ସହ ଦେବାଶିଷଙ୍କୁ ତାଙ୍କ ଅନ୍ୟ ଆକାଉଣ୍ଟ ଗୁଡିକୁ ଚେକ କରିବା ପାଇ କହିଥିଲେ । ଆଉ ଦେବାଶିଷ ଅନ୍ୟ ଆକାଉଣ୍ଟ ଚେକ କରିବା ପରେ ପରେ ଦେବାଶିଷଙ୍କ ୩ ଟି ଆକାଉଣ୍ଟରୁ ୪ ଟି କିସ୍ତିରେ ମୋଟ ୬୯ ହଜାର ୫୦୦ ଟଙ୍କା କଟି ଯାଇଥିଲା । ସେ ଠକାମିରେ ପଡି ଯାଇଥିବା ଜାଣି ତୁରନ୍ତ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅନୁଗୁଳ ଥାନାରେ ୩୦୮/୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହ ଖୋଦ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଷୋଇ ଘଟଣାର ତଦନ୍ତ କରୁଛନ୍ତି । Advertisement
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…
ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩…
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି…