ଅପରାଧ ୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା Angul OnlineJune 13, 2021June 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ ଅଞ୍ଚଳର ଦେବାଶିଷ ପ୍ରିୟଦର୍ଶୀ ବେହେରା ନାମକ ଜଣେ ବ୍ୟକ୍ତି ଟାଟା କମ୍ପାନୀରେ କାମ କରୁଥିବା ବେଳେ ଅନୁଗୁଳ ତୁରଙ୍ଗସ୍ଥିତ ଦୁର୍ଗାବିହାର ଅଞ୍ଚଳରେ ରୁହନ୍ତି । ଆଜି ତାଙ୍କ ମୋବାଇଲକୁ ଏକ ଅଜଣା ନାମବାରରୁ କଲ ଆସିଥିବା ବେଳେ ୧୦ ଟଙ୍କା ରିଚାର୍ଜ ନ କଲେ ସିମ ଟି ଅକାମି ହୋଇଯିବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ କହିଥିଲେ । ତାଙ୍କ କଥାକୁ ସହଜରେ ବିଶ୍ଵାସ କରିନେଇ ଦେବାଶିଷ କଣ କରିବାକୁ ପଡିବ ବୋଲି ପରାମର୍ଶ ମାଗିଥିଲେ । ଆଉ ସେହି ଅଜଣା ବ୍ୟକ୍ତିଙ୍କ ନିର୍ଦେଶ ଅନୁସାରେ ଦେବାଶିଷ ତାଙ୍କ ମୋବାଇଲରେ ଟିମ ଭିଉର କ୍ଵିକ ସପୋର୍ଟ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରିବା ସହ ନେଟ ବ୍ୟାକିଂ ଜରିଆରେ ୧୦ ଟଙ୍କା ରିଚାର୍ଜ କରିଥିଲେ । ଆଉ ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୨୫ ହଜାର ଟଙ୍କା ଓ ପରେ ୨୫୦୦ ଟଙ୍କା କଟି ଯାଇଥିଲା । ଏହା ଦେଖି ଦେବାଶିଷ ସେହି ଅଜଣା ନମ୍ବରକୁ ପୁଣି ଫୋନ କରି ଏଭଳି ଟଙ୍କା କଟି ଯାଇଥିବା କହିଥିଲେ । ଅଜଣା ବ୍ୟକ୍ତି ଜଣଙ୍କ ବ୍ୟସ୍ତ ନ ହେବା ପାଇଁ କହିବା ସହ ଦେବାଶିଷଙ୍କୁ ତାଙ୍କ ଅନ୍ୟ ଆକାଉଣ୍ଟ ଗୁଡିକୁ ଚେକ କରିବା ପାଇ କହିଥିଲେ । ଆଉ ଦେବାଶିଷ ଅନ୍ୟ ଆକାଉଣ୍ଟ ଚେକ କରିବା ପରେ ପରେ ଦେବାଶିଷଙ୍କ ୩ ଟି ଆକାଉଣ୍ଟରୁ ୪ ଟି କିସ୍ତିରେ ମୋଟ ୬୯ ହଜାର ୫୦୦ ଟଙ୍କା କଟି ଯାଇଥିଲା । ସେ ଠକାମିରେ ପଡି ଯାଇଥିବା ଜାଣି ତୁରନ୍ତ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅନୁଗୁଳ ଥାନାରେ ୩୦୮/୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହ ଖୋଦ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଷୋଇ ଘଟଣାର ତଦନ୍ତ କରୁଛନ୍ତି । Advertisement
ନାଲକୋରୁ ଯାଇ ତାଳଚେରରେ ବିକ୍ରି କରୁଥିଲା ବ୍ରାଉନସୁଗାର – ଗିରଫ କଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ଧରିବାରେ ଆଉ ଏକ ସଫଳତା ମିଳିଛି । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର…
ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ବୋହୂକୁ ଶାଶୁ ଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି…
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…