ମୁଖ୍ୟ ଖବର ରେଙ୍ଗାଳି ଖୋଲିଲା ଦୁଇଟି ଗେଟ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ ଆଜି ଚଳିତବର୍ଷର ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ଯାଇଛି । ରେଙ୍ଗାଳି ଜଳଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁସାରେ ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ, ଆଜି ୧୧ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଥମେ ରେଙ୍ଗାଳିର ୭ ନମ୍ବର ଗେଟ ଖୋଲା ଯାଇଥିଲା । ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇଥିଲା । ରେଙ୍ଗାଳି ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୯୧୪.୫୪ ଘନ ମିଟର ଜଳ ପ୍ରବେଶ କରିବା ସହ ଜଳସ୍ତର ୧୨୩.୬୯ ରହିଥିଲା । ଏଥିପାଇଁ ସନ୍ଧ୍ୟାରେ ଜାଲଭଣ୍ଡାରର ଆଉ ଏକ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳ ଭଣ୍ଡାରରୂ ଏହି ଦୁଇ ଗେଟ ଦେଇ ୩୯୧୪.୨୨ ଘନମିଟର ଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସନ ହେଉଛି । Advertisement
ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ ।…
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗଲା ଚାଷୀଙ୍କ ଜୀବନ – ଟ୍ରାନ୍ସଫର୍ମରରେ ଲାଗି ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ମୁଷାପାପୁଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଜଣେ…
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…