ମୁଖ୍ୟ ଖବର ରେଙ୍ଗାଳି ଖୋଲିଲା ଦୁଇଟି ଗେଟ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ ଆଜି ଚଳିତବର୍ଷର ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ଯାଇଛି । ରେଙ୍ଗାଳି ଜଳଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁସାରେ ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ, ଆଜି ୧୧ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଥମେ ରେଙ୍ଗାଳିର ୭ ନମ୍ବର ଗେଟ ଖୋଲା ଯାଇଥିଲା । ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇଥିଲା । ରେଙ୍ଗାଳି ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୯୧୪.୫୪ ଘନ ମିଟର ଜଳ ପ୍ରବେଶ କରିବା ସହ ଜଳସ୍ତର ୧୨୩.୬୯ ରହିଥିଲା । ଏଥିପାଇଁ ସନ୍ଧ୍ୟାରେ ଜାଲଭଣ୍ଡାରର ଆଉ ଏକ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳ ଭଣ୍ଡାରରୂ ଏହି ଦୁଇ ଗେଟ ଦେଇ ୩୯୧୪.୨୨ ଘନମିଟର ଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସନ ହେଉଛି । Advertisement
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…
ବ୍ୟବସାୟୀଙ୍କ ଘରେ GST ଚଢ଼ାଉ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର କୁମୁଣ୍ଡାର ଟାୟାର ବ୍ୟବସାୟୀଙ୍କ ଘରେ GST ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । କୁମୁଣ୍ଡା ଗାଁର ବିରଞ୍ଚି ନାରାୟଣ…
ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ…