ମୁଖ୍ୟ ଖବର ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ Angul OnlineNovember 17, 2022November 17, 2022 ତାଳଚେର – ଗତ ନଭେମ୍ବର ମାସ ୧୦ ତାରିଖ ରାତି ୧୦.୩୦ ମିନିଟ୍ ରେ ଓଟିଭି ଚାନେଲରେ ମା’ ହିଙ୍ଗୁଳା ମନ୍ଦିର ଉପରେ “ଯୋଜନାର ନା ହରିଲୁଟ” ଶୀର୍ଷକରେ ଏକ ଖବର ପ୍ରସାରିତ ହେଇଥିଲା । ଯାହାକି ତଥ୍ୟ ସମ୍ବଳିତ ନୁହେଁ । ଏହାର ଶୀର୍ଷକ ମଧ୍ୟ ସାଧାରଣ ଲୋକଙ୍କ ମନକୁ ନିଶ୍ଚିତ ଭାବେ ଆନ୍ଦୋଳିତ କରିଥିବ ବୋଲି କହିବା ସହ ଏହା ଉପରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି ତାଳଚେର ଉପ-ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ । ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଥିବା ସନ୍ଦେହକୁ ଦୂର କରିବାକୁ ଆଜି ଟ୍ରଷ୍ଟ ବୋର୍ଡ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉପ ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ପ୍ରତିକ୍ରିୟା ଦେଇ ଉକ୍ତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ମନ୍ଦିର ନିର୍ମାଣ ନାମରେ ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନ କରିଥିଲେ । ଯେଉଁ ଖବର ପ୍ରସାରଣ ହୋଇଥିଲା ତାହା ତଥ୍ୟ ଭିତିକ ନୁହେଁ । ମନ୍ଦିର ପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ମଧ୍ୟ କୌଣସି ସରକାରୀ ଅନୁଦାନ କିମ୍ବା ରାଷ୍ଟ୍ରାୟତ ଉଦ୍ୟୋଗରୁ ଆସି ନାହିଁ । ହିଙ୍ଗୁଳା ମନ୍ଦିରର ଯାହାବି ନିର୍ମାଣ କାର୍ଯ୍ୟ ହୋଇଛି ତାହା ଭକ୍ତ ମାନଙ୍କ ଦାନ ଟଙ୍କାରେ ହୋଇଛି । ମନ୍ଦିର ବାହାରେ ଯେଉଁ ସୌନ୍ଦର୍ଯ୍ୟ କାମ ହୋଇଛି ତାହା ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ନିଜେ କରିଛି । ଟ୍ରଷ୍ଟକୁ ଏଥିରେ କୌଣସି ଭୂମିକା ନାହିଁ । ମନ୍ଦିରର ଟ୍ରଷ୍ଟ ପୁନର୍ଗଠନ ନ ହେବା କଥା ସତ ବୋଲି ଉପ ଜିଲ୍ଲାପାଳ ସ୍ୱୀକାର କରିବା ସହ ଟ୍ରଷ୍ଟ ପୁନର୍ଗଠନ ପାଇଁ କମିଶନରଙ୍କ ପାଖକୁ ପସ୍ତାଵ ପଠା ଯାଇଛି । ଏ ପର୍ଯ୍ୟନ୍ତ ତାହା ବିଚାରାଧୀନ ରହିଛି ବୋଲି ଉପ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେବା ସହ ସମସ୍ତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିଲେ । Advertisement
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
ହରିଣ ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁର ତିନି ଜଣ ମୋଟରସାଇକେଲରେ ଦେବଗଡ଼ ଜିଲ୍ଲା ରେଙ୍ଗାଳିପାଲି ଗାଁକୁ ଯାଉଥିବା ବେଳେ ବାଗଡିଆ ଥାନା ସୀମାନ୍ତ…
ଗାଡିଆରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର…