ସମସ୍ୟା ଆର.ଟି.ଓ ନିଯୁକ୍ତି ଦାବୀ Angul OnlineMarch 2, 2024March 2, 2024 ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାର ନିଯୁକ୍ତି ନେଇ ଦାବୀ ଉପସ୍ଥାପନା କରିଛନ୍ତି । ନାଗରିକ ମାନଙ୍କ ପକ୍ଷରୁ ପରିବହନ ସଚ୍ଚିବଙ୍କୁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାର ଅନୁଗୁଳରେ ନଥିବା କାରଣରୁ ପରିବହନ, ଯାତାୟାତ ଓ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ ଭଳି ଅନେକ ସମସ୍ୟା ଦେଖାଦେଇଛି । ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ଦୈନିକ ଲକ୍ଷ ଲକ୍ଷ ଭାରିଯାନ ସାଙ୍ଗକୁ ଛୋଟ ବଡ ଯାନ ମଧ୍ୟ ଯାତାୟାତ କରିଥାନ୍ତି । ଏଥିସହିତ କେନ୍ଦ୍ର ଓ ରାଜ୍ଯ ରାଜକୋଷକୁ ହଜାର ହଜାର କୋଟି ରାଜସ୍ବ ଯାଉଅଛି । ତେବେ ଗାଡ଼ି ଚଳାଚଳ ଜନିତ ଅନେକ ସମସ୍ୟା ରହିଥିଲେ ହେଁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାର ଭାବେ କେହି ନିଯୁକ୍ତି ହୋଇନଥିବା କାରଣରୁ ସମସ୍ଯା ଗୁଡ଼ିକର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅସ୍ଥାୟୀ ଭାବେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାର ଦାୟିତ୍ବ ତୁଲାଇବେ ନିମନ୍ତେ ଅତିରିକ୍ତ ଦାୟୀତ୍ବ ମିଳିଛି । ଫଳରେ ଉକ୍ତ ଅଧିକାର ଦୁଇ ଦୁଇଟି କାର୍ଯ୍ୟାଳୟର ଦାୟିତ୍ବ ନିର୍ବାହ କରିବାରେ ସମସ୍ଯା ଉପୁଜୁଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ବିଭିନ୍ନ ଦୂରଦୂରାନ୍ତରୁ ଲୋକେ ଆସି ଅନୁଗୁଳ କାର୍ଯ୍ୟାଳୟରେ ନିଜ ଆବଶ୍ୟକୟୀ କାର୍ଯ୍ୟ କରିପାରିବାରେ ହଇରାଣ ହରକତ ହେଉଛନ୍ତି । ଏଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜଣେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିଯୁକ୍ତି କରାଯାଉ ବୋଲି ଅନୁଗୁଳ ସଚେତନ ନାଗରିକ ବାଣିଜ୍ୟ ଓ ପରିବହନ ସଚ୍ଚିବଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଏ ବିଷୟରେ ମୁଁ ଅବଗତ ଅଛି ଆଉ ତୁରନ୍ତ ଏହାର ସମାଧାନ କରାଯିବ ବୋଲିି ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ପାଢ଼ୀ ପ୍ରକାଶ କରିଛନ୍ତିି । Advertisement
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…
ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି ତାଳଚେର – କଳାହୀରାର ସହର ତାଳଚେରରେ ବହୁ ପ୍ରତିକ୍ଷୀତ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ସ୍ଥାପନ ହୋଇ ପାରି ନ ଥିବାରୁ ତାଳଚେର ବାସୀ ଉଦବେଗ ପ୍ରକାଶ କରିଛନ୍ତି…
ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରରେ ନିଆ ଯାଉଥିବା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ଅନୁଗୁଳ ପୌରାଧ୍ୟକ୍ଷ ଏବଂ…