ଆଞ୍ଚଳିକ ୧୩ ଫୁଟର ଅଜଗର ଉଦ୍ଧାର Angul OnlineNovember 13, 2022November 13, 2022 ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ଶଙ୍ଖପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲା । ଏହାପରେ ସେମାନେ ସ୍ଥାନୀୟ ଅଞ୍ଚଳର ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତି ଓ ସୁଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଏକ ବିରାଟକାୟ ୧୩ଫୁଟ ଲମ୍ବର ଅଜଗର ସାପ ଚିହ୍ନଟ କରିଥିଲେ । ୧୫ ମିନିଟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବିରାଟକାୟ ଅଜଗରକୁ ବନ୍ତଳା ଫରେଷ୍ଟ ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ସହାୟତାରେ ପମ୍ପାସର ଜଙ୍ଗଲ ନିକଟରେ ତା’ର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା । ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତିଙ୍କ କହିବା ଅନୁଯାଇ, ଯଦିଓ ଅଜଗର ଏକ ବିଷହୀନ ସାପ କିନ୍ତୁ ଏକ ୧୩ ଫୁଟ ଲମ୍ବା ଅଜଗର ଗୋଟିଏ ମଣିଷକୁ ମାରିବାର କ୍ଷମତା ରଖେ । ମଣିଷ ଦେହରେ ଗୁଡେ଼ଇ ହୋଇ ସ୍ୱାଶରୁଦ୍ଧ କରି ଯଦିଓ ଏହାକୁ ମାରିଦେଇ ପାରିବ, ହେଲେ ଭାରତରେ ଏହି ଭାରତୀୟ ଅଜଗର ସାପ ମଣିଷକୁ ମାରିବା କି ଗିଳିବାର ନଜର ନାହିଁ । Advertisement
OPSC ପରୀକ୍ଷାରେ ଅନୁଗୁଳର ଛାତ୍ର ଆଗୁଆ ଅନୁଗୁଳ – ପ୍ରକାଶ ପାଇଲା OPSC ରେଜଲ୍ଟ । ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।…
ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ…
ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ଆମ୍ଭ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ୧୯୮୨ ମସିହାରୁ ସ୍ଥାପିତ ହୋଇଥିଲା ।…