ଆଞ୍ଚଳିକ ୧୩ ଫୁଟର ଅଜଗର ଉଦ୍ଧାର Angul OnlineNovember 13, 2022November 13, 2022 ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ଶଙ୍ଖପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲା । ଏହାପରେ ସେମାନେ ସ୍ଥାନୀୟ ଅଞ୍ଚଳର ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତି ଓ ସୁଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଏକ ବିରାଟକାୟ ୧୩ଫୁଟ ଲମ୍ବର ଅଜଗର ସାପ ଚିହ୍ନଟ କରିଥିଲେ । ୧୫ ମିନିଟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବିରାଟକାୟ ଅଜଗରକୁ ବନ୍ତଳା ଫରେଷ୍ଟ ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ସହାୟତାରେ ପମ୍ପାସର ଜଙ୍ଗଲ ନିକଟରେ ତା’ର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା । ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତିଙ୍କ କହିବା ଅନୁଯାଇ, ଯଦିଓ ଅଜଗର ଏକ ବିଷହୀନ ସାପ କିନ୍ତୁ ଏକ ୧୩ ଫୁଟ ଲମ୍ବା ଅଜଗର ଗୋଟିଏ ମଣିଷକୁ ମାରିବାର କ୍ଷମତା ରଖେ । ମଣିଷ ଦେହରେ ଗୁଡେ଼ଇ ହୋଇ ସ୍ୱାଶରୁଦ୍ଧ କରି ଯଦିଓ ଏହାକୁ ମାରିଦେଇ ପାରିବ, ହେଲେ ଭାରତରେ ଏହି ଭାରତୀୟ ଅଜଗର ସାପ ମଣିଷକୁ ମାରିବା କି ଗିଳିବାର ନଜର ନାହିଁ । Advertisement
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…
ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା…
ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏଭଳି ସୁବିଧା…