ମୁଖ୍ୟ ଖବର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJuly 16, 2021July 16, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ପୋଡାପଡା ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ସୁଧୀର କୁମାର ସାହୁ । ଗତ ତିନିଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଜି ସକାଳ ୬ଟାରେ ସୁଧୀରଙ୍କ ମୃତଦେହ ଶନି ମନ୍ଦିର ନିକଟ ପୋଲ ତଳପାଖ ଲଟାବୁଦା ମୂଳେ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଧୀର ଗତ ବୁଧବାର ସନ୍ଧ୍ୟାରେ ଛେଣ୍ଡିପଦାରୁ ଏକ ଅଟୋରେ ପୋଡାପଡା ଫେରୁଥିଲେ । ଫେରିବା ବାଟରେ ଶୌଚ ପାଇଁ ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରେ ଅଟୋରୁ ଓହ୍ଲେଇ ନାଳ ଆଡକୁ ଯାଇଥିଲେ । ଘରକୁ ସନ୍ଧ୍ୟାରେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଭଲନଥିବା ବେଳେ ଶୌଚ ପାଇଁ ଯିବା ସମୟରେ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି । Advertisement
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଗୁରୁଧି ଗ୍ରାମର…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…