ରାଜନୀତି ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା Angul OnlineJanuary 15, 2022January 15, 2022 ଅନୁଗୁଳ – ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ସରକାର । ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ମ୍ୟୁନିସିପାଲିଟି ଓ ଏନଏସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୫ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ । ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ଟି ଆସନ ଅଣସଂରକ୍ଷିତ, ଏସସିଙ୍କ ପାଇଁ ୮ଟି ଓ ଏସଟି ପାଇଁ ୩ଟି ଆସନ ସଂରକ୍ଷିତ ରହିଛି । ସେହିପରି ଏସସି ମହିଳାଙ୍କ ପାଇଁ ୯ଟି, ଏସଟି ମହିଳାଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ୧୧୦ ମ୍ୟୁନିସିପାଲିଟି ଓ ଏନଏସି ମଧ୍ୟରୁ ୩ଟିରେ ନିର୍ବାଚନ ବନ୍ଦ ହୋଇଛି । ଏହି ସଂରକ୍ଷଣ ତାଲିକା ମୁତାବକ ଅନୁଗୁଳ ଓ ତାଳଚେର ପାଇଁ ଅଣ ସଂରକ୍ଷିତ ରଖା ଯାଇଥିବାବେଳେ ଆଠମଲ୍ଲିକକୁ ମହିଳା ବର୍ଗ ପାଇଁ ସଂରକ୍ଷିତ ରଖା ଯାଇଛି । ତେବେ ତିନି ପ୍ରମୁଖ ଦଳରୁ ଅଣ ସଂରକ୍ଷିତ ପଦବୀ ପାଇଁ ପ୍ରତି ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଚଳିତ ଥର ଲଢେଇ ଜୋରଦାର ହେବ ବୋଲି ଆଶା କରା ଯାଉଛି । Advertisement
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ…
ବିଜେଡିରେ ମିଶିଲେ ଭାଗିରଥି ଅନୁଗୁଳ – ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ…