ମୁଖ୍ୟ ଖବର ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା Angul OnlineJuly 19, 2022July 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦେଶ ଅନୁସାରେ ୧୪୯ ନମ୍ବର ରାଜପଥରେ ଯାଉଥିବା ଭାରିଯାନ ଗୁଡିକ ଉପରେ ଏହି କଟକଣା ଲଗା ଯାଇଛି । କଟକଣା ଅନୁଯାୟୀ ଏହି ରାଜପଥରେ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ ଯାଏ ଏବଂ ସନ୍ଧ୍ୟା ୪ ଟାରୁ ରାତି ୮ ଯାଏ ଭାରିଯାନ ଚଳାଚଳ ନିଷିଦ୍ଧ କରା ଯାଇଛି । ବଅଁରପାଳରୁ ତାଳଚେର ଆସୁଥିବା ଗାଡି ଗୁଡିକ ଏଫସିଆଇ ଛକ ଠାରୁ ବଳରାମପ୍ରସାଦ , ତେଣ୍ଟୁଲୋଇ , ହାଣ୍ଡିଧୂଆଁ , ବାଘୁଆବୋଲ ଦେଇ ପବିତ୍ରମୋହନ ଛକରେ ବାହାରିବେ । ସେହି ସମୟରେ ଗାଡି ଗୁଡିକର ବେଗ ଘଣ୍ଟାପ୍ରତି ୨୦ ରୁ ଅଧିକ ରହିବା ନାହିଁ ବୋଲି କଡା ନିର୍ଦେଶ ରହିଛି । ବଅଁରପାଳରୁ ତାଳଚେରର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁଁ ଏଭଳି କଟକଣା ଜାରି କରା ଯାଇଥିବା ଜଣା ପଡିଛି । Advertisement
ବିଧାୟକଙ୍କୁ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ…
ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା…
ନଦୀରେ ଫୋପାଡି ଦେଲେ ମୃତ ଶିଶୁକନ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି…