ଅପରାଧ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା Angul OnlineJune 11, 2024June 11, 2024 ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି l ସୂଚନା ଅନୁସାରେ ରାଇଝରଣ ଗ୍ରାମରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଏକ ସ୍କୁଟିରେ କୋଶଳାରେ ଥିବା ଏସବିଆଇ ବ୍ୟାଙ୍କକୁ ଡିପୋଜିଟ କରିବା ପାଇଁ ଆସୁଥିଲେ l ସେଠାରୁ ସେ ଘରକୁ ଫେରୁଥିବା ପଲସର ମୋଟର ସାଇକେଲରେ ୨ ଜଣ ଦୁର୍ବୁତ୍ତ ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁକ ଦେଖାଇ ରିଙ୍କୁଙ୍କୁ ଭୟଭୀତ କରି ତାଙ୍କ ପାଖରେ ଥିବା ୩୫ ହଜାର ଟଙ୍କା ଲୁଟି ନେଇଥିଲେ l ଏ ନେଇ ରିଙ୍କୁ ଛେଣ୍ଡିପଦା ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି l ରିଙ୍କୁଙ୍କ ବୟାନକୁ ଆଧାର କରି କୋଶଳା ବଜାର ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିବାଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି l Advertisement
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର…
ଟଙ୍କା ଠକେଇ ଅଭିଯୋଗରେ ନକଲି ପୁଲିସ ଗିରଫ ଅନୁଗୁଳ – ନକଲି ପୁଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୁଲିସ । ଗିରଫ ଯୁବକ…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…