ଅପରାଧ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା Angul OnlineJune 11, 2024June 11, 2024 ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି l ସୂଚନା ଅନୁସାରେ ରାଇଝରଣ ଗ୍ରାମରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଏକ ସ୍କୁଟିରେ କୋଶଳାରେ ଥିବା ଏସବିଆଇ ବ୍ୟାଙ୍କକୁ ଡିପୋଜିଟ କରିବା ପାଇଁ ଆସୁଥିଲେ l ସେଠାରୁ ସେ ଘରକୁ ଫେରୁଥିବା ପଲସର ମୋଟର ସାଇକେଲରେ ୨ ଜଣ ଦୁର୍ବୁତ୍ତ ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ ବନ୍ଧୁକ ଦେଖାଇ ରିଙ୍କୁଙ୍କୁ ଭୟଭୀତ କରି ତାଙ୍କ ପାଖରେ ଥିବା ୩୫ ହଜାର ଟଙ୍କା ଲୁଟି ନେଇଥିଲେ l ଏ ନେଇ ରିଙ୍କୁ ଛେଣ୍ଡିପଦା ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି l ରିଙ୍କୁଙ୍କ ବୟାନକୁ ଆଧାର କରି କୋଶଳା ବଜାର ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିବାଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି l Advertisement
ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ…
ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ ।…
ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ…