ଅପରାଧ ଦାଦାବଟି ମାଗି ୩ ଗିରଫ Angul OnlineJune 14, 2021June 14, 2021 ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତି । ସୂଚନା ଅନୁସାରେ କୁଲେଇ ଗାଁ ସାପ୍ତାହିକ ହାଟ ପାଖରେ ଓପିଟିସିଏଲ ପକ୍ଷରୁ ମେଣ୍ଟେନାନ୍ସ କାମ ଚାଲିଛି । ଏହି କାମ ଚାଲିଥିବା ବେଳେ କୁଲେଇ ଗାଁର ଚାରି ଜଣ ଯୁବକ ସେଟାକୁ ଆସି ଦାଦା ବଟି ମାଗିଥିଲେ । ଦାଦାବଟି ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗାଡି ଭାଙ୍ଗି ଦେଇଥିଲେ । ଆଉ ସେଠାରେ ଥିବା କିଛି କର୍ମଚାରୀଙ୍କୁ ଏକ ବାଡିରେ ମାଡ ମଧ୍ୟ ମାରିଥିଲେ । ଏହି ଘଟଣାକୁ ନେଇ ଏସଡ଼ିଓ ରାଜୀବ ଲୋଚନ ପଣ୍ଡା ସମଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ତଦନ୍ତ କରି କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା…