ଅପରାଧ ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ Angul OnlineSeptember 29, 2022September 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା ଗହଣା ଆଦି ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବାଲୁଙ୍ଗା ଗ୍ରାମର ରୋଜାଲିନ୍ ସାହୁ ଘରେ ଦିନ ୧୨ ଟା ବେଳେ ଏକୁଟିଆ ଥିଲେ । ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କ ଘର ଆଗରେ ଛିଡା ହୋଇ ରହିଥିଲେ । ସବୁଆଡେ ନଜର କରିବା ପରେ ରୋଜାଲିନଙ୍କ ଡାକି ପାଣି ମାଗିଥିଲେ । ରୋଜାଲିନ ପାଣି ପାଇଁ ଯିବା ସମୟରେ ଉକ୍ତ ତିନି ଜଣ ଦୁର୍ବୁତ୍ତ ହଠାତ ତାଙ୍କ ପାଟିକୁ ବନ୍ଦ କରି ଦେଇ ହାତ ଓ ଗୋଡ଼ ବାନ୍ଧିି ଦେଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଓ ମୁଣ୍ଡରେ ବନ୍ଧୁକ ଲଗାଇ ପିନ୍ଧିଥିବା ସୁନା ଚେନ୍, କାନ ଫୁଲ, ମୁଦି ଏବଂ ପାଉଁଜି ଖୋଲି ନେଇଥିଲେ । ଏହାପରେ ବେଡ଼ରୁମ୍ରେ ଥିବା ଆଲମିରା ଓ ଭାଙ୍ଗି ସେଥିରେ ଥିବା ପ୍ରାୟ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୫୦ ହଜାର ଟଙ୍କା ସହିତ ରୂପା ଲୁଟି ନେଇ ପଳାଇ ଯାଇଥିଲେ । ସେମାନେ ଯିବା ପରେ ରୋଜାଲିନ ପାଟି କରିବାରୁ ପଡ଼ୋଶୀ ଲୋକ ଆସି ତାଙ୍କୁ ଖୋଲିଥିଲେ । ପରେ ରୋଜାଲିନ ଏ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…