ଅପରାଧ ୩ ଲକ୍ଷ ୯୯ ହଜାର ଲୁଟିନେଲା ଅଜଣା ସାଇବର ଠକ Angul OnlineSeptember 29, 2022September 29, 2022 ତାଳଚେର – ସାଇବର ଲୁଟେରାଙ୍କୁ ଦୌରାତ୍ମ କମୁ ନାହିଁ । ଯାହା ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ସୁଜିତ ନାମକ ଜଣେ ବ୍ୟକ୍ତି ଏହି ଠକଙ୍କ ହାବୁଡ଼ରେ ପଡି ପ୍ରାୟ ୪ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ସୁଜିତଙ୍କର , ଆଇସିଆଇସିଆଇ ବ୍ୟାଙ୍କ୍ର ଏକ କ୍ରେଡିଟ୍ କାର୍ଡ ଥିଲା । ଯାହାକୁ ସେ ବ୍ୟବହାର କରୁ ନଥିଲେ । ତେବେ ଏକ ଅଜଣା ନମ୍ବରରୁ ସୁଜିତଙ୍କୁ ଏକ ଫୋନ ଆସିବା ସହ କ୍ରେଡିଟ୍ କାର୍ଡ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ଅଜଣା ବ୍ୟକ୍ତି ପ୍ରଶ୍ନ କରିଥିଲା। ତାକୁ ବ୍ୟବହାର ନ କଲେ କିମ୍ବା ବନ୍ଦ ନ କରି ଦେଲେ ଆକାଉଣ୍ଟ୍ରୁ ଟଙ୍କା କଟିଯିବ ବୋଲି ସେହି ଅଜଣା ବ୍ୟକ୍ତି କହିଥିଲା । ନିଜକୁ ବ୍ୟାଙ୍କର କର୍ମଚାରୀ ପରିଚୟ ଦେଇ ଥିବାରୁ ସୁଜିତ ତା କଥାକୁ ବିଶ୍ବାସ କରିବା ସହ କ୍ରେଡିଟ୍ କାର୍ଡକୁ ବନ୍ଦ କରିବାକୁ ଚାହିଁଥିଲେ । ଏହାପରେ ଅଜଣା ବ୍ୟକ୍ତି ସୁଜିତଙ୍କୁ ଏକ ଲିଙ୍କ ପଠାଇଥିଲା ଏବଂ ନିର୍ଦେଶ ଅନୁଯାୟୀ ଲିଙ୍କ ପୂରଣ କରିବାକୁ କହିଥିଲା । ଏହାର କିଛି ସମୟ ପରେ ତାଙ୍କ କାର୍ଡରୁ ତିନି ଥରରେ ୩ ଲକ୍ଷ ୯୯ ହଜାର ଟଙ୍କା କଟି ଯାଇଥିଲା । ପ୍ରଥମ ଥର ଦେଢ଼ ଲକ୍ଷ ଏବଂ ଦ୍ବିତୀୟ ଥର ୯୯ ହଜାର ଏବଂ ତୃତୀୟ ଥର ଦେଢ଼ ଲକ୍ଷ ଟଙ୍କା କଟିବା ପରେ ସୁଜିତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଏ ସମ୍ପର୍କରେ ସୁଜିତ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମାଲା ରୁଜୁ କରି ତଦନ୍ତ କରୁଛି । Advertisement
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫…
ବିଦ୍ୟାଳୟ କୋଠରୀ ଭିତରୁ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୁଲିସର ଜିମା ଦେଲେ ଲୋକେ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ପଂଚାୟତ ପାଖରେ ଥିବା ପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ କୋଠରୀ ଭିତରୁ ପୁଲିସ ୩ଜଣ ସନ୍ଦିଗ୍ଧ ଯୁବକଙ୍କୁ…