ମୁଖ୍ୟ ଖବର ହାତୀ କଙ୍କାଳ ଉଦ୍ଧାର Angul OnlineSeptember 30, 2022September 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ ଆଜି ବନ ବିଭାଗକୁ ହାତୀର ହାଡ଼ କଙ୍କାଳ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରେ ଏକ ହାତୀର କଙ୍କାଳ ପଡିଥିବା ୱାଚର ମାନେ ଦେଖି ବନ ବିଭାଗ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ଓ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ହାଡ଼ ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି । Advertisement
ତାଳଚେର ବଦନାମ – ବହୁ ବିଭ୍ରାଟ ଭିତରେ ହେଲା ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଗଣପର୍ବ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ୨୭ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।…
ରେଙ୍ଗାଳି ଜଳଭଣ୍ଡାର ହେବ ମତ୍ସ୍ୟ ଚାଷର ପ୍ରୟୋଗଶାଳା ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ଥିବା ଓଏଚପିସି ଅତିଥି ଭବନ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ…
ରାସ୍ତା ଅବସ୍ଥା ଶୋଚନୀୟ – ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା ବସ ମାଲିକ ସଂଘ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏଜି ରାସ୍ତା ଉପରେ…