ଅପରାଧ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ Angul OnlineMay 21, 2022May 21, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଛି । ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରା ଯାଇଛି l ସୂଚନା ଅନୁସାରେ, ପିପଳବାହାଳ ଗ୍ରାମର ହୃଶିକେଷ ସାହୁଙ୍କ ପୁଅ ମାନସ ସାହୁ ଘର ନିକଟସ୍ଥ ଦୋଳ ମଣ୍ତପ ପଡିଆ ନିକଟରେ ଥିବା କୋଠଘରେ ଗ୍ରାମର କିଛି ଯୁବକ ମାନଙ୍କ ସହିତ ରାତିରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଆସି ଏକ ପଥରେ ମାନସଙ୍କ ମୁଣ୍ତକୁ ଛେଚି ଫେରାର ହୋଇ ଯାଇଥିଲା । ଏହା ଦେଖି ପାଖରେ ଶୋଇଥିବା ଯୁବକ ମାନେ ଭୟରେ ପଳାଇ ଯାଇଥିବା ବେଳେ ମାନସ ରକ୍ତାକ୍ତ ଅବସ୍ଥାରେ କୋଠ ଘରେ ପଡି ରହିଥିଲେ l ଖବର ପାଇ ପରିବାର ଲୋକମାନେ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସକଂଟାପର୍ଣ୍ଣ ହେବାରୁ ପ୍ରାଥମିକ ଚିକତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଛନ୍ତି l ତେବେ ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ ପରେ ଛେଣ୍ତିପଦା ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ପରକ୍ରିୟା ପ୍ରୀତିରୁ ହୋଇଥିବା ନେଇ ପୁଲିସ ସନ୍ଦେହ ପ୍ରକାଶ କରିଛି । Advertisement
ଟଙ୍କା ସୁନା ଲୁଟିଲେ,ଲୁଟ ସୁନା ବନ୍ଧକ ଦେଇ ଋଣ ନେଇଗଲେ – ୯ ଡକାୟତଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଗତ ମାସ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ମୃତକଙ୍କ ଘରେ…
ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । କାରରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିବାରେ ସଫଳ…
ଜ୍ବାଇଁର ଛୁରା ମାଡରେ ପୂର୍ବତନ ସରପଞ୍ଚ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଗାଁରେ ଅଘଟଣ । ଜ୍ୱାଇଁ ର ଛୁରା ମାଡରେ ଦାଦା ଶ୍ୱଶୁର ମୃତ…