ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ

ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ଭଳି ଭିଡ଼ ଅଞ୍ଚଳରେ ଦିନ ଦ୍ବୀପହରରେ ଲୁଟ । ମୋଟରସାଇକେଲ ରଖି ଦୋକାନକୁ ଯାଇ ଆସିବା ଭିତରେ ଡିକି ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଜରପଡା ଥାନା ଜରଡ଼ା ଗାଁର ରଞ୍ଜନ ସାହୁ ନାମକ ଜଣେ ଯୁବକ ଘର କାମ ପାଇଁ ଟଙ୍କା ଦରକାର ଥିବାରୁ ଅନୁଗୁଳ ଏସ ବି ଆଇ ଶାଖାରୁ ୧ ଲକ୍ଷ ୧୯ ହଜାର ଟଙ୍କା ଉଠାଇ ନିଜ ମୋଟରସାଇକେଲ ଡ଼ିକିରେ ରଖିଥିଲେ । ସେଠାରୁ ସେ ଅମଲାପଡା ଠାରେ ଥିବା ଏକ ବେକରି ଦୋକାନଙ୍କୁ ଯାଇଥିଲେ । ଦୋକାନ ଆଗରେ ମୋଟରସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ । ଅଳ୍ପ ସମୟ ଭିତରେ ଦୋକାନରୁ ଫେରି ଆସି ଦେଖିବା ବେଳକୁ ତାଙ୍କ ଡ଼ିକି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଡ଼ିକି ଭିତରେ ଟଙ୍କା ନଥିବା ଦେଖି ସେ ଅନୁଗୁଳ ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ସି ସି ଟିଭି ଭିଡିଓ ଆଧାରରେ ଘଟଣାର ତଦନ୍ତ କରୁଛି । ତେବେ ଅମଲାପଡା ଭଳି ଏକ ବ୍ୟସ୍ତ ବହୁଳ ବଜାରରୁ ଦିନ ଦ୍ବୀପହରରେ ଡ଼ିକି ଭାଙ୍ଗି ଟଙ୍କା ଲୁଟି ନେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *