ମୁଖ୍ୟ ଖବର ଆରଟିଓଙ୍କୁ ତିରିଶ ହଜାର ଟଙ୍କା ଜୋରିମନା Angul OnlineMarch 22, 2023March 22, 2023 ଅନୁଗୋଳ – ଗାଡି ଚାଳକ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସ୍ମାର୍ଟକାର୍ଡରେ କରିବାକୁ ଯାଇଥିବା ବେଳେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଏହାର ଅବଧି ସରି ଯାଇଥିବା କହିବା ସହ ଅଫିସରୁ ବାହାରି ଯିବାକୁ ନିର୍ଦେଶ ଦେବା ଏବେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ମହଙ୍ଗା ପଡିଛି । ମାନ୍ୟବର ଖାଉଟି ଅଦାଲତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ୩୦ ହାଜର ଟଙ୍କା ଜୋରିମନାରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦେବାକୁ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳର କହେଁଇନଗରରେ ରହୁଥିବା ଚନ୍ଦ୍ର ଶେଖର ସାହୁ ୨୦୧୯ ମସିହା ଜୁନ ମାସ ୧୮ ତାରିଖରେ ଅନୁଗୋଳର ଖାଉଟି ଅଦାଲତରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ କରିଥିଲେ । ଯାହାର ରାୟ ପ୍ରକାଶ ପାଇଛି ଓ ଚନ୍ଦ୍ର ଶେଖର ସାହୁଙ୍କର ଦୀର୍ଘ ଚାରି ବର୍ଷରେ ନ୍ୟାୟିକ ଲଢେଇ ଅନ୍ତ ଘଟି ତାଙ୍କୁ ନ୍ୟାୟ ମିଳିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ୨୦୦୪ ମସିହାରେ ଚନ୍ଦ୍ର ଶେଖର ସାହୁ ଅନୁଗୋଳ ଆର.ଟି.ଓ ଙ୍କ ଠାରୁ ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଥିଲେ । ଯାହାର ଅବଧି ୨୦୨୪ ଫେବୃଆରି ମାସ ପର୍ଯ୍ୟନ୍ତ ଥିଲା । ତେବେ ଚନ୍ଦ୍ରଶେଖର ସାହୁ ୨୦୧୯ ମସିହାରେ ଅନୁଗୋଳ ଆର.ଟି.ଓଙ୍କ କାର୍ଯ୍ୟାଳୟ ଯାଇ ନିଜର ଡ୍ରାଇଭିଙ୍ଗ ଲାଇସନ୍ସକୁ ସ୍ମାର୍ଟ କାର୍ଡରେ ପରିଣତ ପାଇଁ ଆବେଦନ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ଡ୍ରାଇଭିଙ୍ଗ ଲାଇସନ୍ସଟି ନକଲି ଅଛି ବୋଲି ଅନୁଗୋଳ ଆର.ଟି.ଓ କହିବା ସହିତ ତାଙ୍କୁ କାର୍ଯ୍ୟାଳୟରୁ ବାହାର କରି ଦେଇଥିଲେ । ଯାହା ଫଳରେ ସେ ଅନୁଗୋଳର ଖାଉଟି ଅଦାଲତର ଦ୍ଵାରସ୍ତ ହୋଇଥିଲେ । ଯାହାର ରାୟ ଚନ୍ଦ୍ର ଶେଖର ସାହୁଙ୍କ ସପକ୍ଷରେ ଆସିବା ସହିତ ଅନୁଗୋଳ ଆର.ଟି.ଓଙ୍କୁ ଖାଉଟି ଅଦାଲତ ୩୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହିତ ପାଞ୍ଚ ହଜାର ଟଙ୍କାର ଆଇନଗତ ଖର୍ଚ୍ଚକୁ ଗୋଟିଏ ମାସ ମଧ୍ୟରେ ଶ୍ରୀ ସାହୁଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି । ଏଥି ସହିତ ଯଦି ଅନୁଗୋଳ ଆର.ଟି.ଓ ଏହି ଅର୍ଥକୁ ଗୋଟିଏ ମାସ ମଧ୍ୟରେ ନ ଦିଅନ୍ତି ତେବେ ନଅ ପ୍ରତିଶତ ସୁଧ ଦେବାକୁ କୋର୍ଟ ରୋକ ଠୋକ ନିଜ ରାୟ ରେ ପ୍ରକାଶ କରିଛନ୍ତି । ଏହି ଘଟଣା ପ୍ରକାଶ ପାଇବା ପରେ ନାଲକୋ ସମେତ ଅନୁଗୋଳରେ ଘଟଣା ଟି ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୨ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ୨ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ…
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…