ମୁଖ୍ୟ ଖବର ବିନା ପଦବୀରେ ହାକିମି ଏତେ !! ଆଜିଠାରୁ ନୋମିନୀ ହେଲେ – ହେବେ କେତେ ? Angul OnlineSeptember 7, 2024September 7, 2024 ଅନୁଗୁଳ – ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ଜଣେ ବିଜେପି ନେତାଙ୍କ ହାକିମତି ଦେଖିବାକୁ ମିଳିଛି । କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ କବ୍ଜା କରିବା ସହିତ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ପଛାଇ ନହାନ୍ତି । କୌଣସି କ୍ଷମତାରେ ନ ଥିଲେ ମଧ୍ୟ ହାତ ହଲାଇ କାହାକୁ କେତେ ଟଙ୍କାର କାମ ଦିଆଯିବ କହୁଛନ୍ତି । ଯନ୍ତ୍ରୀ ଓ ଅଧିକାରୀମାନେ ତାଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବ୍ଳକ୍ କାର୍ଯ୍ୟାଳୟରେ । ଏହି ସବୁ ଦୃଶ୍ୟ ମୋବାଇଲ୍ ଫୋନ୍ରେ ରେକର୍ଡ ହୋଇଥିଲା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ଏହା ପରେ ବିଜେପି ନେତାଙ୍କ ଏମିତି ହାକିମିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନା ଅନୁସାରେ, ଅନୁଗୁଳ ବ୍ଲକ୍ କାର୍ଯ୍ୟାଳୟରେ ବିଜେପି ନେତା ପ୍ରଭାତ ପ୍ରଧାନ ଯନ୍ତ୍ରୀ ଓ ଅନ୍ଯାନ୍ଯ କିଛି ଅଧିକାରୀଙ୍କୁ ଏଭଳି ନିର୍ଦେଶ ଦେଉଥିନ୍ବା ଦେଖିବାକୁ ମିଳିଛି । ବାବୁ ଜଣଙ୍କ ଚଉକିରେ ବସିଥିଲା ବେଳେ ଅନ୍ୟ ସମସ୍ତେ ଛିଡ଼ା ହୋଇଛନ୍ତି । କାହାକୁ ଲକ୍ଷେ, ଦୁଇ ଲକ୍ଷ ଟଙ୍କାର କାମ ଦିଆଯିବ ସେ ତାହା କହୁଛନ୍ତି । ଉଚ୍ଚ ସ୍ବରରେ ହାତ ହଲାଇ ନିର୍ଦ୍ଦେଶ ଦେଉଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ଭିତରେ ନେତାଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଥିଲା ବେଳେ ଅଧିକାରୀମାନେ ଏହାକୁ ନେଇ ମୁହଁ ଖୋଲୁନାହାନ୍ତି । ନେତା ଜଣଙ୍କ ପୁଣି କୁଆଡେ ବ୍ଲକ ବଡ ବାବୁଙ୍କ ଚୌକିରେ ବସି ଏଭକି କରୁଥିବା ଜଣା ପଡିଛି । କ୍ଷମତା ନଥାଇ ଜଣେ ଅଧିକାରୀଙ୍କ ଚୌକିରେ ବସିବା ଆଉ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚା ଧରିଛି । ଏହି ଚର୍ଚା ଜୋର ଧରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ପ୍ରଭାତଙ୍କୁ ତାଙ୍କ ନୋମିନୀ ଭାବେ ଚୟନ କରିଛନ୍ତି । ଏ ନେଇ ସେ ଆଜି (୭/୯/୨୦୨୪)ରେ ବିଡିଓଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସାଂସଦ ଆଜି ତାଙ୍କୁ ନୋମିନୀ କରିବା ପରେ ମଧ୍ୟ ଘଟଣାର ନିନ୍ଦା ଉପରେ ପୂର୍ଣ୍ଣଛେଦ ପକାଇ ପାରି ନାହିଁ । ବଂର ପ୍ରଭାତ ବିନା କ୍ଷମତାରେ ଏତେ ହାକିମି ଦେଖାଉଥିଲେ , ଏବେ କ୍ଷମତା ଖଣ୍ଡେ ମିଳିବା ପରେ କେତେ ହାକିମି ଦେଖାଇବେ ବୋଲି ଲୋକ କଥା ହେଉଛନ୍ତି । Advertisement
ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର…
ତାଳଚେର ଯୁବକଙ୍କ ମୃତଦେହ ବ୍ରହ୍ମପୁରରୁ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଗଞ୍ଜାମର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ସମ୍ବିତ ସାହୁ ଏକ…
ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୋଳ – ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ରେଞ୍ଜ ପକ୍ଷରୁ ଶୁକ୍ରବାର ଇନ୍ସପେକ୍ଟର ସ୍ତରରେ ଏକ ଅଦଳବଦଳ ହୋଇଛି । ପତ୍ର ସଂଖ୍ୟା ୯୮/୦୭.୦୭.୨୦୨୩ ଅନୁସାରେ…