ରାଜନୀତି ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ Angul OnlineNovember 19, 2022November 19, 2022 ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ତାଳଚେର ସନ୍ତୋଷ କୁମାର ପ୍ରଧାନ ଓ ଢେଙ୍କାନାଳର ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଦ ଲଫାପାରେ ସନ୍ତୋଷ ପ୍ରଧାନଙ୍କ ନାମ ସୁପାରିଶ କରିଥିଲେ । ଏହା ସତ୍ୱେ ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ କରିବା ଯୋଗୁଁ ସାମାନ୍ୟ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ତେବେ ଦଳର ନିର୍ଦେଶକୁ ମାନିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ବସିବା ସହ ଶେଷରେ ସନ୍ତୋଷ ପ୍ରଧାନଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଆଜି ଅନୁଷ୍ଠିତ ନିର୍ବାଚନରେ ସମସ୍ତ ୧୫ ଟି ଭୋଟ ସନ୍ତୋଷ ପ୍ରଧାନଙ୍କ ସପକ୍ଷରେ ଯାଇଥିଲା । ଏପରିକି ପ୍ରତିଦ୍ବନ୍ଦୀ ପ୍ରତାପ ମଲ୍ଲିକ ମଧ୍ୟ ନିଜ ଭୋଟ ଖଣ୍ଡିକ ସନ୍ତୋଷ ପ୍ରଧାନଙ୍କୁ ଦେଇଥିଲେ । ଅପରାହ୍ନ ୨ ଟା ରେ ଫଳାଫଳ ଘୋଷଣା ପରେ ବିଜେଡି କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଥିଲେ । Advertisement
ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର…
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…