ମୁଖ୍ୟ ଖବର ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା Angul OnlineNovember 20, 2022November 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ଅପେକ୍ଷାରେ ୩ ଦିନ ହେବ ସ୍ୱାମୀ ଘରର ମୁଖ୍ୟ ଫାଟକ ସମୁଖରେ ଜଗିରହିଛି ସ୍ତ୍ରୀ । ଘଟଣାରୁ ପ୍ରକାଶ ବରପଦା ଗାଁର ଝିଅ ରୋଜିଲି ଦେହୁରୀ ୭ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ୍ କୁମାର ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ବର୍ଷପରେ ଶଶୁର ଘର ଲୋକେ ରୋଜାଲିକୁ ଯୈାତୁକ ନିର୍ଯ୍ୟାତନା ଦବା ସହ ଟଙ୍କା ପାଇଁ ସ୍ତ୍ରୀକୁ ଘରୁ ବାହାର କରି ଦେଇଥିଲେ । ଏ ନେଇ ମହିଳା ଜଣଙ୍କ ଗ୍ରାମ ଓ କୃଷକ ସମାଜରେ ଏହାର ସମାଧାନ କରାଯାଇଥିଲେ ମଧ୍ୟ କୈାଣସି ନ୍ୟାୟ ନ ମିଳିବାରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ ଏକ ମାମଲା ରୁଜୁ କରି ଚୁପ ରହିଥିବା ବେଳେ ଏବେ ଅଦାଲତରେ ମାମାଲା ବିଚରାଧିନ ରହିଛି । ଏହାପରେ ମହିଳା ଜଣକ ନିରାଶ ହେବାପରେ ଗ୍ରାମର ସାମାଜିକ ବୈଠକରେ ଅଭିଯୋଗ କରିଥିଲେ । ଫଳରେ ଆପୋଷ ସମାଧାନ ମଧ୍ୟରେ ଚୁକ୍ତିନାମା ହୋଇଥିବା ମହିଳା ଜଣଙ୍କ ଆଣିଥିବା ବାପଘର ସମ୍ପତ୍ତି ଶଶୁର ଘର ଲୋକ ଫେରସ୍ତ କରିବେ ଅଥବା ନିଜଘରେ ରହିବାକୁ ମହିଳାଙ୍କୁ ଗୋଟିଏ ଘର ଦେବେ ବୋଲି ନିଷ୍ପତି କରାଯାଇଥିଲା । କିନ୍ତୁ ଏହାକୁ ସ୍ବାମୀ ଅନିଲ୍ ମାନିନଥିଲେ ଏବଂ ସେ କିଛି ମାସ ତଳେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବା ଖବର ପାଇ ପ୍ରଥମ ପତ୍ନୀ କୁକୁରପେଟା ଗ୍ରାମକୁ ଆସି ଅନିଲଙ୍କ ଘର ସମୁଖରେ ନ୍ୟାୟ ଦାବିରେ ୩ହେବ ନ୍ୟାୟ ଦାବିରେ ଧାରଣାରେ ବସିଛିନ୍ତି । ଏହା ଦେଖି ଶଶୁର ଘର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ବେଳେ ସ୍ତ୍ରୀ ନ୍ୟାୟ ଅପେକ୍ଷାରେ ଘର ସମ୍ମୁଖରେ ବସି ରହିଛି । Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…