ମୁଖ୍ୟ ଖବର ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ Angul OnlineNovember 21, 2022November 21, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସସରେ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଦୃତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଆଗପଟୁ ଆସୁଥିବା ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟିଥିବା ଟାଟା ଇଣ୍ଡିଗୋ କାର (OD 15D7897) ର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ମୋଟରସାଇକେଲ ଚାଳକଙ୍କ ପରିଚୟ ମିଳିପାରିନାହିଁ । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖଛି । Advertisement
ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ମୁନି ପ୍ରଧାନ ଓ ଗୌରୀ…
ସକାଳୁ ଗଡ଼ିଲା ନାହିଁ ବସ – ସନ୍ଧ୍ୟାରେ ପ୍ରଶାସନ ଦେଲା ପ୍ରତିଶୃତି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଆଜି ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଅନିର୍ଦିଷ୍ଟ କାଳ…
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…