ମୁଖ୍ୟ ଖବର ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ ଓ ତାଙ୍କ ସ୍ଵାମୀ – ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ Angul OnlineJuly 23, 2024July 23, 2024 ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଶିଶିର ସାମଲ । ଜଣେ ହିତାଧିକାରୀଙ୍କ “ମୋ ପୋଖରୀ” ଖୋଳାର ବିଲ ପାସ କରାଇଦେବା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରାପଡିଥିଲେ । ଅଭିଯୋଗ ଅନୁଯାୟୀ ଗେଙ୍ଗୁଟିଆ ଗାଁର ପଦ୍ମ ଚରଣ ପ୍ରଧାନ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳାଇଥିବା ବେଳେ ଏହାର ବିଲ ପାସ ପାଇଁ ସରପଞ୍ଚ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏ ନେଇ ପଦ୍ମ ଚରଣ ଅନୁଗୁଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ଏହାପରେ ଆଜି ଯୋଜନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଦ୍ମ ଚରଣଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲା । ଅନୁଗୁଳ ଭିଜିଲାନ୍ସ DSP ପ୍ରଦୀପ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିଥିବାବେଳେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି । Advertisement
‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ ଅନୁଗୁଳ – ଆଜି ଠାରୁ ସାତକୋଶିଆରୁ ବାଘୁଣୀ ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…