ମୁଖ୍ୟ ଖବର ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ସରପଞ୍ଚ ଗିରଫ Angul OnlineAugust 20, 2022August 20, 2022 ତାଳଚେର – ମହିଳାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ସରପଞ୍ଚଙ୍କୁ ଗିରଫ କରିଛି କୋଲିୟାରୀ ପୁଲିସ । ତାଳଚେର ପଦ୍ମାବତୀପୁର ସରପଞ୍ଚ ମହର୍ଗା ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ସୂଚନା ଅନୁସାରେ ତାଳଚେର ବଲଣ୍ଡା ଅଞ୍ଚଳର ସ୍ୱାମୀ ,ସ୍ତ୍ରୀ ଘରକୁ ଫେରୁଥିବା ବେଳେ ବଲଣ୍ଡା ବଜାରରେ ଛିଡା ହୋଇଥିବା ସରପଞ୍ଚ ମହର୍ଗା ବେହେରା ମହିଳା ଜଣଙ୍କୁ କମେଣ୍ଟ ମାରିଥିଲେ । ଏହା ଦେଖି ମହିଳାଙ୍କ ସ୍ଵାମୀ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚ ମହିଳାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ ବୋଲି ଆଜି କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନମ୍ବର ୪୧୯ ରେ ଏକ ମାମଲା ରୁଜୁ କରିବା ସହ ଦଫା ୩୫୪ଏ/୨୯୪/୩୨୩/୩୦୭/୩୪ ଆଇପିସିରେ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମା ହିଙ୍ଗୁଳାଙ୍କ ଜନ୍ତାଳ ଯାତ୍ରା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି ।…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ…
ରଘୁ ଆଉ ନାହିଁ ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ…