ମୁଖ୍ୟ ଖବର ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ Angul OnlineMay 25, 2023May 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି । ଦୀର୍ଘ ୪୦ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷ ବି ୨୮ ଅଣ୍ଡା ଫୁଟିଥିଲା । Advertisement
ଅଂଶୁଘାତରେ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା ,…
ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ…
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲବ…