ଅନଲାଇନ ଏକ୍ସକ୍ଲୁସିଭଭଲ ଖବର ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା Angul OnlineJuly 13, 2021July 13, 2021 ଅନୁଗୁଳ – ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ । ତେବେ ଏ ସବୁଠାରୁ ଆଉ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି ପ୍ଲାଷ୍ଟିକ । ତେବେ ଏଥିରୁ ମୁକୁଳିକାକୁ ଏବେ ଠାରୁ ପଚେଷ୍ଟା ନ କରା ଗଲେ ଆଗାମୀ ଦିନରେ ମାଟି ବଦଳରେ ପ୍ଲାଷ୍ଟିକ ମିଳିବ ହିଁ ସାର ହେବ । ତେବେ ଏହାର ସମାଧାନ ପାଇଁ ଅନୁଗୁଳର କିଛି ଯୁବ ଗୋଷ୍ଠୀ ଏବେ ଆଗକୁ ଆସିଛନ୍ତି । ଅନୁଗୁଳ ଜିଲ୍ଲାର କିଛି ଯୁବ ଗୋଷ୍ଠୀ ସାଥି ନାମକ ଏକ ସାମାଜିକ ଅନୁଷ୍ଠାନ କରିବା ସହ ଏହି ଅନୁଷ୍ଠାନ ମାଧ୍ୟମରେ ଅନେକ କାମ କରି ଆସିଛନ୍ତି । ତେବେ ଏବେ ସେମାନେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି ତାହା ନିହାତି ପ୍ରଶଂସନୀୟ । ସାଥିର ଯୁବକ ମାନେ ସହରର ବିଭିନ୍ନ ସ୍ଥାନରୀ ପ୍ଲାଷ୍ଟିକ ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଇ ଏକାଠି କରିଛନ୍ତି । ଆଉ ତାପରେ ସେହି ପ୍ଲାଷ୍ଟିକ ବୋତଲ ଗୁଡିକରେ ଜରି ଭର୍ତ୍ତି କରି ସେଥିରେ ତିଆରି କରିଛନ୍ତି ଇକୋ ଇଟା । ଆଉ ପ୍ରାୟ ୧ ହଜାର ଇଟା ଗଢିବା ପରେ ସେଥିରେ ଏକ ଡଷ୍ଟବିନ ତିଆରି କରା ଯିବ । ଆଗକୁ ଏଭଳି ଇକୋ ଇଟା ତିଆରି କରିବା ସହ ଅନେକ ସ୍ଥାନରେ ଡଷ୍ଟବିନ ତିଆରି କରା ଯିବାର ଲକ୍ଷ୍ୟ ରଖିଛି ସାଥି ପରିବାର । ପ୍ଲାଷ୍ଟିକ ପ୍ରଦୂଷଣରୁ ଉତ୍ପନ୍ନ ମିଥେନ ଗ୍ୟାସ ଅଙ୍ଗାରକାମ୍ଳ ଗ୍ୟାସ ଠାରୁ ଅଧିକ ବିଶାକ୍ତ ଏବଂ ସମଗ୍ର ଜୀବଜଗତ ପାଇଁ କ୍ଷତିକାରକ । ଆମ ଅନୁଗୁଳର ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ରଖିବାକୁ ଏହି ପ୍ରୟାସ ଆରମ୍ଭ କରା ଯାଇଛି ଆଉ ଆଗକୁ ମଧ୍ୟ ଜାରି ରହିବା ସହ ଆଗାମୀ ଦିନରେ ଘରେ ଘରେ ଜୈବ ଇଟା ପ୍ରସ୍ତୁତ କରିବାକୁ ଯୋଜନା ରଖିଅଛନ୍ତି ବୋଲି ସାଥି ପରିବାରର ସଦସ୍ୟ ମାନେ କହିଛନ୍ତି । Advertisement
ଛକ ଉପରେ ଦୁଇ ଯୁବତୀଙ୍କ ମାଡପିଟ – ୧୫ ମିନିଟ ରାସ୍ତା ଜାମ ଅନୁଗୁଳ -(AO)- ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଖଣ୍ଡଯୁଦ୍ଧ । ୧୫ ମିନିଟ ଧରି ରାସ୍ତା ଜାମ । ଏହି ଦୁଇ ଯୁବତୀଙ୍କ ମାଡପିଟ ଯୋଗୁଁ ଚାରି…
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…