ଭଲ ଖବର ଭାତ ଓ ଭଜାରେ ଚତୁର୍ଦ୍ଧାମୁରତୀ Angul OnlineJuly 12, 2021July 12, 2021 ଅନୁଗୁଳ – ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ , ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା କଟକଣା ଯୋଗୁଁ ପୁରୀ ଯିବାକୁ ବାରଣ କରା ଯାଇଥିଲା । ଟିଭିରେ ପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ସରକାର ନିବେଦନ କରିଥିଲେ । ଏହାକୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ର ନଯାଇ ପାରିବାରୁ ନିଜ ଘରେ ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ଏକ ଭିର୍ଣ୍ଣ ପ୍ରୟାସ କରିଥିଲେ । ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ବ୍ୟଞ୍ଜନ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଚିତ୍ରଣ କରିଛନ୍ତି । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ଚଳିତ ବର୍ଷ ରଥଯାତ୍ରାକୁ ଯିବା ପାଇଁ ଇଚ୍ଛାଥିଲା । ହେଲେ କୋଭିଡ କଟକଣା ଏଥିରେ ବାଧା ସୃଷ୍ଟି କରିଥିଲା । ହେଲେ ଏଥିରେ ବିଚଳିତ ନ ହୋଇ ପଡି ସେ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଆଙ୍କି ଏଇଠାରେ ହିଁ ତାଙ୍କୁ ପ୍ରାର୍ଥନା କରିଛନ୍ତି । ଆଉ ଦୁନିଆରୁ କରୋନା ମହାମାରୀ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି । ରଜତ ପୂର୍ବରୁ ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ସହିଦ ଯବାନଙ୍କ ଜୀବନ୍ତ ଚିତ୍ର ଆଙ୍କିଥିଲେ ନିଜ ହାତରେ । ନିଜ କଳା ସାହାଯ୍ୟରେ ସହିଦ ଯବାନଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଥିଲେ । Advertisement
ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ ଅନୁଗୋଳ – ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ…
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…
ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା ଅନୁଗୁଳ – ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ…