ମୁଖ୍ୟ ଖବର ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ Angul OnlineMay 23, 2021May 23, 2021 ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁଷ୍ଠାନର କର୍ମଚାରୀଙ୍କ ଠାରୁ ଜାଣିବାକୁ ମିଳିଛି । ଆଦୃତା ଶିଶୁ ସଦନର ସବୁ ପିଲାମାନଙ୍କର ସେ ମାଆ ଥିଲେ । ଅଲୋଡା, ଅବହେଳିତ ଶିଶୁମାନଙ୍କୁ ମଣିଷ କରିବାରେ ଜୀବନ ତାଙ୍କର ସମ୍ପୂର୍ଣ୍ଣ ରୁପେ ସମର୍ପିତ ଥିଲା । ତାଙ୍କର ସରଳ ଜୀବନ ଓ ଜୀବନାଦର୍ଶ ଯିଏ ଦେଖିଛି ତାକୁ ପ୍ରଭାବିତ କରିଛି । Advertisement
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…
ଜୋର ଜବରଦସ୍ତ ଚାନ୍ଦା ଅଭିଯୋଗ – ଡ୍ରାଇଭରମାନେ ଏକାଠି ହୋଇ ଛିଡା କରିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ସିପିପି ପ୍ଳାଣ୍ଟ ସମ୍ମୁଖରେ କିଛି ଲୋକ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର । ଚାନ୍ଦା…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର…