ମୁଖ୍ୟ ଖବର ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ Angul OnlineMay 23, 2021May 23, 2021 ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁଷ୍ଠାନର କର୍ମଚାରୀଙ୍କ ଠାରୁ ଜାଣିବାକୁ ମିଳିଛି । ଆଦୃତା ଶିଶୁ ସଦନର ସବୁ ପିଲାମାନଙ୍କର ସେ ମାଆ ଥିଲେ । ଅଲୋଡା, ଅବହେଳିତ ଶିଶୁମାନଙ୍କୁ ମଣିଷ କରିବାରେ ଜୀବନ ତାଙ୍କର ସମ୍ପୂର୍ଣ୍ଣ ରୁପେ ସମର୍ପିତ ଥିଲା । ତାଙ୍କର ସରଳ ଜୀବନ ଓ ଜୀବନାଦର୍ଶ ଯିଏ ଦେଖିଛି ତାକୁ ପ୍ରଭାବିତ କରିଛି । Advertisement
ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ ଅନୁଗୁଳ – ସେଲ୍ଫି ନେବା ହୋଇଛି କାଳ । ୪ ଯୁବକ ଜଳ ଭଣ୍ଡାର ଭିତରକୁ ଡଙ୍ଗା ନେଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ବୁଡି…
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର…
ଅଣ୍ଡା ଖାଇ ୨୪ ଛାତ୍ରୀ ଅସୁସ୍ଥ ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରୀ ଗୁରୁତର ହୋଇଥିବା ଜଣା ପଡ଼ିଛି । ଅନୁଗୋଳ ଜିଲ୍ଲାର ଅଙ୍ଗପଡା ଆଦିବାସୀ ଛାତ୍ରୀ ନିବାସର ଛାତ୍ରୀ ଅସୁସ୍ଥ…