ମୁଖ୍ୟ ଖବର ବନ ବିଭାଗ ଓ ପୁଲିସ ଗ୍ରାମବାସୀଙ୍କ ଦ୍ବାରା ଅଟକ Angul OnlineOctober 30, 2022October 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ସେହି ବାଘ ମୃତ୍ୟୁରେ ସଂଶ୍ଲିଷ୍ଟ ସନ୍ଦେହ କରି କୁଲାଙ୍ଗୀ ଗ୍ରାମକୁ ଶିକାରୀମାନଙ୍କୁ ଗିରଫ କରିବାକୁ ଯାଇଥିବା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଅଧିକାରୀ ଓ ପୁଲିସ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଥିଲେ । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମରେ ଗତ ୨୭ତାରିଖ ଦିନ ଦୁଇଟି ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ଆଜି ବନ ବିଭାଗ ପୁରୁଣାକୋଟ ପୁଲିସକୁ ନେଇ କୁଲାଙ୍ଗୀ ଗ୍ରାମକୁ ଯାଇଥିଲା । ସନ୍ଦେହ ଥିବା ଯୋଗୁଁ ଦୁଇଜଣ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମର ଲୋକମାନେ ଗିରଫଦାରୀକୁ ବିରୋଧ କରିଥିଲେ । ଏନେଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ବସି ରହିଥିଲେ । ଫଳରେ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା, ରେଞ୍ଜ ଅଧିକାରୀଙ୍କ ସମେତ ପୁରୁଣାକୋଟ ପୁଲିସ ଗ୍ରାମରେ ଅଟକ ରହିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ପରେ ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା , ପୁରୁଣାକୋଟ ଥାନା ଆଇଆଇସି ଆଶିଷ ଜେନା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନେକ ସମୟ ଧରି ବୁଝାସୁଝା କରିବା ପରେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଛାଡିଥିଲେ । Advertisement
ତାଳଚେରକୁ ବିପଦ ନେଇ ତାଗିଦ କରିଥିଲେ ବିଧାୟକ – କିଛି ଦିନ ପରେ ଧସିଲା ମାଟି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗତ ରବିବାର ଦିନ ତାଳଚେର ଅଞ୍ଚଳରେ MCL ର ମାନମାନି ସମ୍ପର୍କରେ ବିଷଦଗାର ପ୍ରକାଶ…
ପଥର କୁଆଁରୀରେ ପ୍ରଶାସନର ଚଢ଼ାଉ – ୨୭୫ କେଜିରୁ ଅଧିକ ବିସ୍ଫୋରକ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଖିଣ୍ଡା ଅଞ୍ଚଳରେ ଥିବା ପଥର କୁଆଁରୀରେ ପ୍ରଶାସନ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି ।…
ରାସ୍ତା କଡରୁ ନାଲକୋ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର – ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର…