ଅପରାଧ ପାରିବାରିକ କଳହ ଯୋଗୁଁ ନିଜକୁ ଲଗାଇ ଦେଲେ ନିଆଁ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଶାକସିହାଁ ଗାଁରେ ଆଜି ପାରିବାରିକ କଳହରୁ ଆଜି ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ତପସ୍ଵିନୀ ବେହେରା ନାମକ ଜଣେ ମହିଳା ପାରିବାରିବା କଳହରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଭାଉଜଙ୍କୁ ଦୁଷ୍କର୍ମକରି ଦିଅର ଗିରଫ ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ…
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…
୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ତାଳଚେର – ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ତାଳଚେର ଅବକାରୀ ବିଭାଗ । ମୋଟରସାଇକେଲରେ ବିକ୍ରି କରିବାକୁ…