ଅପରାଧ ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ Angul OnlineNovember 11, 2024November 11, 2024 ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜକୁ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରନ୍ତି। ଆଜି ଦିନ ବାରଟା ବେଳେ ପ୍ରଗତିନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏପରିକି ତ୍ରିନାଥଙ୍କ ଦୋକାନ ସମୀର ଭାଙ୍ଗି ଦେଇଥିଲା । ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପଟେ ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିବା ବେଳେ ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। Advertisement
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…
ଝାଡ଼ଖଣ୍ଡରୁ ଗିରଫ ହେଲା ସାଇବର ଲୁଟେରା ଅନୁଗୁଳ – ସମଗ୍ର ରାଜ୍ୟରେ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ସାଇବର କ୍ରାଇମକୁ ଚିହ୍ନଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସ୍ୱତନ୍ତ୍ର…
ନେତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପାଲଲହଡା – ବିଜେପି ମଣ୍ଡଳ ଯୁବ ସଭାପତିଙ୍କ ଆପତ୍ତି ଜନକ ଫୋଟୋ ଭାଇରାଲ । ଅଞ୍ଚଳର ଜଣେ ଵିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରୁ…