ଅପରାଧ ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ Angul OnlineNovember 11, 2024November 11, 2024 ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜକୁ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରନ୍ତି। ଆଜି ଦିନ ବାରଟା ବେଳେ ପ୍ରଗତିନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏପରିକି ତ୍ରିନାଥଙ୍କ ଦୋକାନ ସମୀର ଭାଙ୍ଗି ଦେଇଥିଲା । ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପଟେ ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିବା ବେଳେ ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। Advertisement
୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ – ଟଙ୍କା ଓ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ…
୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ଜଣେ ବ୍ରାଉନସୁଗାର…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…