ଅପରାଧ ଓକିଲ ପରିଚୟ ଦେଇ ମହିଳାଙ୍କ ଠାରୁ ଟଙ୍କା ଠକେଇ Angul OnlineSeptember 2, 2022September 2, 2022 ଅନୁଗୁଳ – କେସ ବାବଦକୁ ଟଙ୍କା ମିଳିବ କହି ଟଙ୍କା ଓ କାଗଜପତ୍ର ଠକି ନେଲା ନକଲି ଓକିଲ । ଆଉ ଠକାମିର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପିମ୍ପିଳବାହାଲ ଗ୍ରାମର ଜଣେ ମହିଳାଙ୍କୁ ଏକ ଅଜଣା ବ୍ୟକ୍ତି ଫୋନ କରି ନିଜକୁ ଓକିଲର ପରିଚୟ ଦେବା ସହ କୋର୍ଟରେ ମହିଳାଙ୍କ ଝିଅର ଚାଲିଥିବା ଏକ ମାମଲା ବାବଡକୁ ୭ ଲକ୍ଷ ୯୨ ହଜାର ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ଥିଲା । ଏଥିପାଇଁ ତାଙ୍କୁ ତାଙ୍କ ଆଧାରକାର୍ଡ , ରାଶାନ କାର୍ଡ , ଭୋଟର ପରିଚୟ ପତ୍ର ଏବଂ ତାଙ୍କ ଝିଅର ଦୁଇଟି ଫଟୋ ନେଇ ଅନୁଗୁଳ କୋର୍ଟକୁ ଆସିବାକୁ କହିଥିଲା । ଏହା ସହ କୋର୍ଟରେ ଏକ ଲକ୍ଷ ଟଙ୍କା ଡିପୋଜିଟ କଲେ ସୁଧ ବାବଡକୁ ୯୨ ହଜାର ଟଙ୍କା ମିଳିବ ବୋଲି ମଧ୍ୟ ଲୋଭ ଦେଖାଇଥିଲା । ଉକ୍ତ ବ୍ୟକ୍ତିଙ୍କ ଏଭଳି କଥା ଶୁଣିବା ପରେ ମହିଳା ଜଣଙ୍କ ଅଗଷ୍ଟ ମାସ ୧୮ ତାରିଖରେ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖା ହେଲା ପରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତି ଜଣଙ୍କ କିଶୋରନଗର ଥାନା ବଙ୍କାପଲସା ଗାଁର ଉପେନ୍ଦ୍ର ରାଉତ ବୋଲି ଜାଣିବାକୁ ପାଇଥିଲେ । ଏବଂ ନିଜ ଅଞ୍ଚଳ ଲୋକ ବୋଲି ଉପେନ୍ଦ୍ରଙ୍କ କଥାରେ ବିଶ୍ଵାସ କରି ତାଙ୍କୁ ୩୬ ହଜାର ଟଙ୍କା ଆଉ ସମସ୍ତ କାଗଜପତ୍ର ଦେଇ ଦେଇଥିଲେ । ଟଙ୍କା ଓ କାଗଜପତ୍ର ନେବା ପରେ ପରଦିନ ଆସିବାକୁ କହି ଉପେନ୍ଦ୍ର ଚାଲି ଯାଇଥିଲା । ଆଉ କଥା ଅନୁଯାୟୀ ମହିଳା ଜଣଙ୍କ ପରଦିନ ଅନୁଗୁଳ ପୁଣି ଆସି ଉପେନ୍ଦ୍ରଙ୍କୁ କୋର୍ଟ ନିକଟରେ ଦେଖା କରିଥିଲେ । ଉପେନ୍ଦ୍ର ମହିଳା ଜଣଙ୍କୁ ମୋଟରସାଇକେଲରେ ବସାଇ ବାସଷ୍ଟାଣ୍ଡ ନିକଟକୁ ନେଇଯିବା ପରେ ହନୁମାନ ମନ୍ଦିର ନିକଟରେ ମହିଳାଙ୍କୁ ଛାଡି ପଳାଇବାକୁ ଚେଷ୍ଟା କରିଥିଲା । ତେବେ ମହିଳା ଜଣଙ୍କ ଚତୁରତାର ସହ ଉପେନ୍ଦ୍ରଙ୍କ ମୋଟରସାଇକେଲ ଅଟକାଇଦେବାରୁ ଉପେନ୍ଦ୍ର ମୋଟରସାଇକେଲ ଛାଡି ପଳାଇ ଯାଇଥିଲା । ତେବେ ମହିଳା ଜଣଙ୍କ ସେତେବେଳକୁ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ । ଆଉ ଏ ନେଇ ଆଜି କିଶୋରନଗର ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଠକେଇ ଅଭିଯୋଗରେ ଯୁବନେତା ଗିରଫ ଅନୁଗୁଳ – ଠକେଇ ଅଭିଯୋଗରେ ଅନୁଗୁଳର ଜଣେ ଯୁବ ନେତାଙ୍କୁ ପୁଲିସ ଗିରଫ କରିଛି । ସମ୍ପୃକ୍ତ ଯୁବନେତା ଜଣଙ୍କ ଏକ ଜାତୀୟ ରାଜନୈତିକ ଦଳର ସକ୍ରିୟ…
ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ…
ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ…