ଅନୁଗୁଳ – ମଙ୍ଗଳବାର 5ଘଂଟିକା ସମୟରେ Mahindra & Mahindra commercial ର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ର ପଞ୍ଚମହଲା ଠାରେ ନୂଆ ସୋରୁମର ଉଦଘାଟନ କରାଗଲା । ଏହି ଶୁଭ ଉଦଘାଟନ ଉତ୍ସବ ରେ ମହିନ୍ଦା ଆଣ୍ଡ ମହିନ୍ଦ୍ରା ତରଫରୁ Rigional Sales Manager ଶ୍ରୀଯୁକ୍ତ Sumit Arora ଏବଂ RCCM ଶ୍ରୀଯୁକ୍ତ Gourav Sharma ଉପସ୍ଥିତ ରହି ତାଙ୍କ କର କାମଳରେ ଶୁଭ ଉଦଘାଟନ କରିଥିଲେ ।

ଉକ୍ତ ଉଦଘାଟନ ଉତ୍ସବରେ ଅନଗୁଳ ଜିଲ୍ଲା ର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା Sbi , hdfc, axis, icici, indusind, ମହିନ୍ଦ୍ରା ଫାଇନାନନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ସହ ସହ ଗ୍ରାହକ ଯୋଗଦାନ ଦେଇ ଉକ୍ତ କାର୍ଯ୍ୟ କ୍ରମ କୁ ସଫଳ ମଣ୍ଡିତ କରାଇଲେ. ।
ସିଦ୍ଧି ଲଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି, ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲଷ୍ମୀ ମୋଟର୍ସ ର ସତ୍ୱଧିକାରୀ ଶ୍ରୀଯୁକ୍ତ ରାଜ କୁମାର ଅଗ୍ରୱାଲ ପ୍ରତିଶୃତିବଦ୍ଧ । ଏହି ଉତ୍ସବ ରେ ସହର ର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ଅଥିତି ମାନଂକୁ ସିଦ୍ଧି ଲଷ୍ମୀ ମୋଟର୍ସ ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଥିଲା.ସିଦ୍ଧି ଲଷ୍ମୀ ମୋଟର୍ସ ଗ୍ରହକଙ୍କ ସେବା ପାଇଁ ସର୍ବଦା ପ୍ରତିଶୃତିବଦ୍ଧ ।


