ଖେଳ ଓ ଖେଳାଳି ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ Angul OnlineSeptember 24, 2022September 24, 2022 ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ । ଚଳିତମାସ ପଶ୍ଚିମବଙ୍ଗର ଆସାନସୋଲ ଠାରେ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ପ୍ରତିଯୋଗୀମାନେ ଭାଗ ନେଇ ରୌପ୍ୟ ଓ କାଂସ୍ୟ ପଦକ ଜିତିବା ସହ ଜାତୀୟ ସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ତାଳଚେରର ତନିଷ୍କା ସାମନ୍ତ ରୌପ୍ୟ ଓ କାଂସ୍ୟ ପଦକ ପାଇ ଗୌରବ ଆଣିଛନ୍ତି । ପ୍ରତିଯୋଗିତାରେ ତାଳଚେର ରାଇଫଲ୍ କ୍ଲବ୍ ତରଫରୁ ତିନିଷ୍କାଙ୍କ ସମେତ ସର୍ବଂଶ ମିଶ୍ର , ସ୍ବୟଂଦେବ ପଟ୍ଟନାୟକ , ସାଇନା ସାହୁ , ପି . ସାଇଲକ୍ଷ୍ମୀ ଅଂଶଗ୍ରହଣ କରିଥିଲେ । ଚଳିତ ମାସ ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ପୂର୍ବାଞ୍ଚଳରେ ଏହି ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥୁଲା । ଏଥିପାଇଁ ଆଜି ତାଳଚେର ରାଇଫଲ କ୍ଲବ ପକ୍ଷରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହ ସେମାଙ୍କର ଉତ୍ତୋରତର ଉନ୍ନତି କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକଙ୍କ ସମେତ ରାଇଫଲ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । Advertisement
ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହାଣ୍ଡିଗୋଡା ଠାରେ ରବିବାର ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହାଣ୍ଡିଗୋଡା ମା…
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
ହାଣ୍ଡିଗୋଡା ଠାରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ହାଣ୍ଡିଗୋଡାଠାରେ ଆଦର୍ଶ ଗ୍ରାମିଣ ଯୁବ ମଣ୍ଡଳ ଆନୁକୁଲ୍ଯରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି ।…