ଦୁଇ ସୁନା ଚେନ ଲୁଟେରାଙ୍କ ସହ ଛଅ ଗିରଫ

ଅନୁଗୁଳ – ଅନୁଗୁଳ ପୁଲିସ ହାବୁଡ଼ରେ ଚେନ ଛୀନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେଲା ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକାରୁ ସୁନାଚେନ ଛିଣ୍ଡାଇ ନେଇ ଯାଉଥିବା ଏକ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି । ଏମାନଙ୍କ ନାମରେ ୬୦ ରୁ ଅଧିକ ମାମଲା ଥିବା ଅନୁଗୁଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗିରଫ ମାନଙ୍କ ମଧ୍ୟରେ ଦୁଇ ଜଣ ଲୁଟେରା ରହିଥିବା ବେଳେ ୪ ଜଣ ସୁନା କିଣିବା ଲୋକ ଅଛନ୍ତି । ଗିରଫ ଲୁଟେରା ଦୁଇଜଣ ହେଲେ ସ୍କଟଲ୍ୟାଣ୍ଡପୁର ଗାଁର ସୁଶୀଲ ନାଏକ ଏବଂ ଖମଣା ଗାଁର ଅଖିଳ ନାଏକ । ଏମାନଙ୍କ ନାମରେ ୧୩ ମାମଲା ରହିଥିବା ବେଳେ ସେମାନଙ୍କ ସହଯୋଗୀ ଭିକି ନାଏକ ନାମରେ ୩୮ ଟି ମାମଲା ରହିଛି । ତେବେ ଏବେ ମଧ୍ୟ ଭିକି ଫେରାର ରହିଥିବା ବେଳେ ପୁଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଅନ୍ୟପଟେ ଏହି ଲୁଟେରା କ ପାଖଫୁ ସୁନା ରଖୁଥିବା ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥପୁରା ଗାଁର ହରମୋହନ ତ୍ରିପାଠୀ , ନନ୍ଦିରାର ଅକ୍ଷୟ ନାଏକ  ଓ ଡଅଁରା ଗାଁର ବିକାଶ ନାଏକ ଏବଂ ପ୍ରଭାତ ନାଏକ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଭୁଜାଲି , ୫ ଟି ସୁନା ଚେନ ,୪୪ ହଜାର ଟଙ୍କା , ମୋବାଇଲ , ଦୁଇଟି ମୋଟରସାଇକେଲ ଜବତ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page