ଅପରାଧ ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ Angul OnlineJuly 16, 2022July 16, 2022 ଅନୁଗୁଳ – ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ । ଏଭଳି ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଠାକୁରଗଡ ଥାନା ପାଇକସାହିର ସୁନୀଲ ନାଏକ ନାମକ ଜଣେ ଯୁବକ ଅନୁଗୁଳ ଅଞ୍ଚଳରେ ଗତ ୪ ତଳେ ବାହାଘର ହୋଇଥିଲେ । ତେବେ ସେ ଗତ ୨-୩ ବର୍ଷ ହେଲା ଶଶୁର ଘରେ ଆସି ରହି ଆସୁଥିଲା । ତେବେ ଶଶୁର ଘରେ ରହି ଆସୁଥିବା ବେଳେ ଏଠାରେ ରହୁଥିବା ୩୫ ବର୍ଷୀୟ ତାଙ୍କ ବିଧବା ମାଉସୀ ଶାଶୁ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ଫଳରେ ବିଧବା ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ସେ ଏବେ ୩ ମାସର ଗର୍ଭ ଧାରଣ କରିଥିବା ବେଳେ ତାଙ୍କୁ ସୁନୀଲ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଚମକ ଦେଉଥିଲା । ତେବେ ଆଜି (ଶନିବାର) ମହିଳା ଜଣଙ୍କ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩୪୩/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ସୁନୀଲ ନାଏକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୁନୀଲଙ୍କର ଏକ ତିନି ବର୍ଷର ଝିଅ ଥିବା ମଧ୍ୟ ଜଣା ପଡିଛି । Advertisement
ଲକ୍ଷେ ଦେଲେ ଅଧିକ ୨୫ ହଜାର ମଳିବାର ଲୋଭ ଦେଖାଇ ଦୁଇ ଲକ୍ଷ ଟଙ୍କା ଠକେଇ ଅନୁଗୋଳ – ପାଞ୍ଚ ଶହ ଟଙ୍କିଆ ନୋଟ ଏକ ଲକ୍ଷ ଦେଲେ ପ୍ରତିବଦଳରେ ଏକ ଲକ୍ଷ ୨୫ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ନୋଟ ବଦଳରେ…
ପୁଣି ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ – ପୁଲିସ ପାଇଁ କଡା ଚାଲେଞ୍ଜ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେବା ଭଳି ପୁଣି ଖଣ୍ଡା ଏବଂ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ…
କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ…