ଅନୁଗୁଳ – ଦୀର୍ଘ ୭୦ ବର୍ଷର ପୁରାତନ ଫୁଟୱେୟାର ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଅନୁଗୁଳସ୍ଥିତ ହେମସୁରପଡ଼ା ଠାରେ ଖୋଲିଛି ନୂତନ ଶୋ’ରୁମ । ଏଠାରେ ଓଡ଼ିଶାର ଗ୍ରାହକ ମାନଙ୍କ ପାଇଁ ରହିଛି ଉତ୍ତମ ମାନର, ଆରାମଦାୟକ ତଥା ଷ୍ଟାଇଲିସ୍ ସାମଗ୍ରୀ। ଏହି ନୂତନ ଶୋ’ରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍, ଟ୍ରାଭେଲ ବ୍ୟାଗ୍, ସ୍ପୋର୍ଟ ଜୋତା, ଆକ୍ଟିଭ୍ ୱେର୍ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।

ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ଵଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ଯୋଗାଇଦେବା ପାଇଁ ୧୯୫୨ ମସିହାରେ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ, ‘ଶ୍ରୀଲେଦର୍ସ’ ବ୍ୟବସାୟ ଆରମ୍ଭ କରିଥିଲେ । ୭୦ ବର୍ଷ ପୁରାତନ ଏହି ବ୍ରାଣ୍ଡ ଜୋତା ବଜାରରେ ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଶେଖର ଦେ କହିଛନ୍ତି ଯେ, ‘ପ୍ରତ୍ୟେକ ନୂତନ ଉତ୍ପାଦର ଗୁଣବତ୍ତା ଏବଂ ଗ୍ରାହକଙ୍କ ଗ୍ରହଣୀୟତା ବିଷୟରେ ନିଶ୍ଚିତ ଆମେ ଏହାକୁ ଆମର ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍ରେ ବଣ୍ଟନ କରୁ ।’ ଅଂଶୀଦାର ଶ୍ରୀ ହେବା ପରେ ପରେ ହିଁ ସମସ୍ତ ବର୍ଗର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ଵସ୍ତରୀୟ ଜୋତା, ବ୍ୟାଗ୍ ଓ ନିତ୍ୟ ବ୍ୟବହାର୍ଯ୍ୟ ଚମଡ଼ା ସାମଗ୍ରୀ ଯୋଗାଇବାରେ ‘ଶ୍ରୀଲେଦର୍ସ’ ଜୋତା ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ‘ଏସ୍ଏଲ୍ ପ୍ରିମିୟମ’ ହେଉଛି ଏହାର ଏକ ନୂତନ ବର୍ଗ, ଯାହାକୁ ଗ୍ରାହକମାନଙ୍କଠାରୁ ବେଶ୍ ଭଲ ଫିଡ୍ବ୍ୟାକ୍ ମିଳିଛି ।
ଜୋତାର ଗୁଣବତ୍ତା ବିଶ୍ୱସ୍ତରୀୟ ହେବା ସହ ଏହାର ମୂଲ୍ୟ ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ହେବ ।’ ଏହି ସମସ୍ତ କ୍ରୀଡ଼ା ଭିଭିକ ଜୋତା, ସ୍ପୋର୍ସ ୱେର୍ ୱେର୍ ଏବଂ ଆକ୍ଟିଭ୍ ୱେର୍, ଏସ୍ଏଲ୍ ସ୍ପୋର୍ଟସ ବ୍ରାଣ୍ଡରେ ବିକ୍ରି ହୋଇଥାଏ । ଗତ ଏକ ବର୍ଷ ମଧ୍ୟରେ ‘ଶ୍ରୀଲେଦର୍ସ’ ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଯଥା ଝାରଖଣ୍ଡ, ବିହାର, ଓଡ଼ିଶା ଆଦି ସ୍ଥାନରେ ସ୍ଥାନରେ ପ୍ରାୟ ୧୦ରୁ ଅଧିକ ଷ୍ଟୋର ସଫଳତାର ସହ ପରିଚାଳନା କରୁଛି । ଆଞ୍ଚଳିକ ଷ୍ଟୋର ପ୍ରତିଷ୍ଠା, ଦେଶ ବ୍ୟାପୀ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ଆମ ପ୍ରୟାସକୁ ସମୃଦ୍ଧ କରିବାରେ ସହାୟକ ୟକ ହେବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଲେଦର୍ସ ଫ୍ରାଞ୍ଚାଇଜ୍ ଡେଭେଲପମେଣ୍ଟ ମୁଖ୍ୟ ରକି ଦେ’ ଙ୍କ ସମେତ, ଶ୍ରୀଲେଦର୍ସ ମାର୍କେଟିଂ ମୁଖ୍ୟ ସୌରଭ ବିଶ୍ଵାସ, ଅନୁଗୁଳ ଫ୍ରାଞ୍ଚାଇଜ୍ ମାଲିକ ଜିତେନ୍ଦ୍ର କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଏବଂ କୋମଲ ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ ।
ଦେଶର ସମସ୍ତ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ନୂତନ ଷ୍ଟୋର ଖୋଲିବା ପାଇଁ ଶ୍ରୀଲେଦର୍ସର ଯୋଜନା ରହିଥିବା ବେଳେ ଫ୍ରାଞ୍ଚାଇଜ୍ ଭାଗିଦାରୀକୁ ମଜଭୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ଗ୍ରାହକଙ୍କ ବିଶ୍ୱସ୍ତତା ପାଇଁ ବେଶ୍ ଗର୍ବିତ ଥିବା ଏହି ବ୍ରାଣ୍ଡ ଗତ ପିଢି ଧରି ନିଜର ଗ୍ରାହକଙ୍କ ସହ ଏହି ସଂଯୋଗ ବଜାୟ ରଖିପାରିଛି । ସେପ୍ଟେମ୍ବର ମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ୱେବ୍ସାଇଟ୍ ଦ୍ୱାରା ଅନ୍ଲାଇନ୍ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା ନିଜ ସ୍ଥାନ ସୁଦୃଢ କରିପାରିଛି । ଭା ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲେଦର୍ସର ଫ୍ରାଞ୍ଚାଇଜ୍ ଖୋଲିବା ରଣନୀତି ହିଁ ଏହି ବ୍ରାଣ୍ଡର ସଫଳତାର ମୂଳମନ୍ତ୍ର ।