ବାଣିଜ୍ୟ ମୋବାଇଲ ବିକ୍ରେତାଙ୍କ ଅନଶନ Angul OnlineApril 27, 2022April 27, 2022 ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ ଅଫିସ ସମ୍ମୁଖରେ ମୋବାଇଲ ବିକ୍ରେତାଙ୍କ ଶାନ୍ତିପୂର୍ଣ୍ଣ ଅନଶନ କରାଯାଇଛି । ଭାରତୀୟ ଖୁଚୁରା ବ୍ୟବସାୟୀମାନଙ୍କୁ ଏହି ଅପୋ କମ୍ପାନୀର ବିଶ୍ୱାସଘାତକ ନୀତିକୁ ବିରୋଧ କରିବା ପାଇଁ ୨୭ ଏପ୍ରିଲରେ ଭାରତରେ ସମସ୍ତ ମୋବାଇଲ ଖୁଚୁରା ବ୍ୟବସାୟୀ ମାନେ ଦେଶବ୍ୟାପୀ ଅନଶନରେ ରହି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ସାତ ବର୍ଷ ପୂର୍ବେ ଭାରତରେ ପ୍ରବେଶ କରିଥିବା ଚାଇନାର ଅପୋ ମୋବାଇଲ୍ କମ୍ପାନୀ ସାରା ଦେଶରେ ଖୁଚୁରା ବ୍ୟବସାୟୀମାନଙ୍କ ଦ୍ୱାରା ଏକ ନମ୍ବର ମୋବାଇଲ୍ ବ୍ରାଣ୍ଡ ହୋଇଥିଲା । କିନ୍ତୁ ଆଜି ଅପୋ ଏହାର ନୂତନ ମଡେଲ କେ ସିରିଜ୍ ସ୍ମାର୍ଟଫୋନ୍ କୁ ଅନଲାଇନ୍ ପ୍ଲାଟଫର୍ମରେ ସିଧାସଳଖ ରିହାତିରେ ଉପଲବ୍ଧ କରିବା ଦ୍ୱାରା ଖୁଚୁରା ବ୍ୟବସାୟୀମାନଙ୍କ ଜୀବନ ଜୀବିକା ବିପର୍ଯ୍ୟୟ ହେବାକୁ ଯାଉଛି । ମେନ୍ ଲାଇନ (Off Line ) ରେ ସମାନ ଭାବରେ ଲଞ୍ଚ କରିବାକୁ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଏହି କମ୍ପାନୀ ସିଧାସଳଖ ଅନଲାଇନରେ ଉପଲବ୍ଧ କରିବାକୁ ଯାଉଛି । ଫଳସ୍ୱରୂପ, ଲକ୍ଷ ଲକ୍ଷ ମୋବାଇଲ୍ ଖୁଚୁରା ବ୍ୟବସାୟୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ସେହି କାରଣରୁ ମୋବାଇଲ ରିଟେଲରଙ୍କ ବିଶ୍ୱାସ ଭାଙ୍ଗିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ନିୟମକୁ ଅବମାନନା କରି ଅନ୍ୟାୟରେ ବାଣିଜ୍ୟ କରୁଥିବାରୁ ଖୁଚୁରା ବ୍ୟବସାୟୀମାନେ ଏହାକୁ ବିରୋଧ କରୁଛନ୍ତି । ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ ଜିଲ୍ଲା ସଭାପତି ବାସୁଦେବ ସାହୁ କହିଛନ୍ତି ଯେ ଯଦି ଅପୋ ତାର ବିତରଣ ପଦ୍ଧତିରେ ପରିବର୍ତନ ନ କରେ ଆଗାମୀ ଦିନରେ ଆମେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବୁ । ଦରକାର ପଡ଼ିଲେ ଅପୋ କମ୍ପାନୀ ବିରୁଦ୍ଧରେ ରାଜରାସ୍ତାକୁ ଓଲ୍ହାଇବୁ । ଆଜି ସାରା ଭାରତରେ ଖୁଚୁରା ମୋବାଇଲ ବ୍ୟବସାୟୀମାନେ ଏକ ଦିନିଆ ଅନଶନ କରିଛନ୍ତି । Advertisement
ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ:- ନବୀନ ଜିନ୍ଦଲ • ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ • କୋଲ୍ ଗ୍ଯାସ ପରି ସ୍ୱଚ୍ଛ…
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…