ମୁଖ୍ୟ ଖବର ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା Angul OnlineOctober 1, 2023October 1, 2023 ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ । ଆଜି ଏ ନେଇ ଏକ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି ଟ୍ରକ ମାଲିକ ସଙ୍ଘ । ଗତ ୨୦୧୯ ମସିହା ଠାରୁ ଟ୍ରକ ଭଡାରେ କୋଣସି ପରିବର୍ତ୍ତନ ହୋଇନଥିବା ବେଳେ ଟ୍ରକର ଯନ୍ତ୍ରପାତି , ଡିଜେଲ ,ଇନ୍ସୁରାନ୍ସ ଓ ଫିଟିନେସ ସହ ରାସ୍ତାରେ କଟୁଥିବା ଫାଇନ ଆଦି ସମସ୍ୟା ବଢିଛି । ଏଥିପାଇଁ ଟ୍ରକ ମାଲିକଙ୍କ ପକ୍ଷରୁ ଭଡା ବୃଦ୍ଧିନେଇ ଦାବି କରି ଆସୁଥିଲେ ମଧ୍ୟ ସରକାର କିମ୍ବା କୋଇଲା ପରିବହନକାରୀ ସଂସ୍ଥା ପକ୍ଷରୁ କୋଣସି ପ୍ରତିଶୃତି ନ ମିଳିବାରୁ ବାଧ୍ୟ ହୋଇ ତାଳଚେର ଟ୍ରକ ମାଲିକ ସଙ୍ଘ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରିବାକୁ ନିଷ୍ପତି ନେଇଛି । ଏନେଇ ତାଳଚେର ଟ୍ରକମାଳିକ ସଙ୍ଘ ଅଫିସଠାରେ ଏକ ଜାରୁରୀ ବୈଠକ ଡକାଯାଇ ଆସନ୍ତା ୧୦ ତାରିଖରୁ ତାଳଚେର ଓ କଣିହାଁ କୋଇଲାଖଣି ରୁ ଟ୍ରକଯୋଗେ କୋଇଲା ପରିବହନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ତାଳଚେର ଟ୍ରକ ମାଲିକ ସଙ୍ଘ ର ସଭାପତି ସୂଚନା ଦେଇଛନ୍ତି । ଏହି ବୈଠକରେ ତାଳଚେର, ଗ୍ରାମାଞ୍ଚଳ , କଣିହାଁ ଓ ଆଞ୍ଚଳିକ ଟ୍ରକ ମାଲିକ ସଙ୍ଘର କର୍ମକର୍ତା ଉପସ୍ଥିତ ଥିଲେ । Advertisement
ଏକାଠି ଦୁଇ କଲରାପତରିଆ ବାଘ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ…
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…
ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…