ସମସ୍ୟା ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଏହି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ନାଥଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଛି । ଯାହାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଗ୍ରହଣ କରୁ ନାହାନ୍ତି । ଏଣୁ ପ୍ରଧାନ ଶିକ୍ଷକ ପ୍ରତାପଙ୍କ ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି । ରାସ୍ତା ଅବରୋଧ ଯୋଗୁଁ ସାନ୍ତରାପୁର-ନୂଆସାହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । Advertisement
ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି…
ବ୍ଲକ ଆଗରେ ସମିତିସଭ୍ୟଙ୍କ ଧାରଣା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସମିତିସଭ୍ୟଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷା କରାଯାଉଅଛି । ଏଭଳି ଅଭିଯୋଗ କରି କିଛି ସମିତିସଭ୍ୟ ଆଜି ବିଡିଓଙ୍କ କାର୍ଯ୍ୟାଳୟ…
ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ । ଫଳରେ ଏହି…